ଭିଡିଓ କନଫରେନ୍ସ ଜରିଆରେ ନବ ନିର୍ମାଣ ନୂତନ ଥାନା ଗୃହ ଉଦଘାଟନ,

Mar 6, 2026 - 20:11
 0  228
ଭିଡିଓ କନଫରେନ୍ସ ଜରିଆରେ  ନବ ନିର୍ମାଣ ନୂତନ ଥାନା ଗୃହ ଉଦଘାଟନ,

ଭିଡିଓ କନଫରେନ୍ସ ଜରିଆରେ ନବ ନିର୍ମାଣ ନୂତନ ଥାନା ଗୃହ ଉଦଘାଟନ,

 ନର୍ଲା ଶୁଭମ ବାର୍ତ୍ତା (ତପନ କୁମାର ସାହୁ ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଠାରେ ଅତ୍ୟାଧୁନିକ ନବ ନିର୍ମାଣ ନୂତନ ଥାନା ଗୃହ କୁ ଆଜି ମାନ୍ୟବର କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଶୁକ୍ରବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ଏହି ଉଦଘାଟନୀ ଉତ୍ସବରେ କଳାହାଣ୍ଡି ଡ଼ିଏସପି ମୁକ୍ତି କୁମାର କୁଲୁ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟରାଜ ମାଝୀ ,ଆଇ ଆଇ ସି ସଂଯୁକ୍ତା ପଧାନ, ଏସ ଆଇ ଅବନୀକୁମାର ଖୁରା,ପ୍ରଦୀପ କୁମାର ସେଠି, ରବୀନ୍ଦ୍ର ତାଣ୍ଡି, ପ୍ରିୟବ୍ରତ ବେହେରା, ଟାଉନ ଥାନା ହାବିଲଦାର ସନ୍ତୋଷ କୁମାର ମହାପାତ୍ର,ଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ଏହି ବହୁ ପ୍ରତୀକ୍ଷିତ ନୂତନ ଥାନାର ଉଦଘାଟନୀ ଉତ୍ସବକୁ ନର୍ଲା ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ମାନେ ସ୍ୱାଗତ ଜଣାଇଛନ୍ତି କାରଣ ଏହି ନୂତନ ଥାନା ଗୃହରେ ଅନେକ ଗୁଡ଼ିଏ ଆନୁସାଙ୍ଗିକ ସେବା ଯନ୍ତ୍ରାଂଶ ସେବା ଥିବାରୁ ସାଧାରଣ ଲୋକେ ସହଜରେ ସମସ୍ତ ସୁବିଧା ପାଇ ପାରିବେ ଏବଂ ନ୍ୟାୟିକ ବ୍ୟବସ୍ଥା ସରକାରୀ କର୍ମଚାରୀ ମାନଙ୍କୁ ସହଜ ଓ ସୁବିଧା ହେବ ବୋଲି ଡ଼ି.ଏସ.ପି ମୁକ୍ତି କୁମାର କୁଲୁ ପ୍ରକାଶ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow