ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ଠାରେ ଶ୍ରଦ୍ଧାଞ୍ଜଳି ।

Aug 20, 2026 - 19:31
Aug 20, 2026 - 19:33
 0  57
ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ଠାରେ ଶ୍ରଦ୍ଧାଞ୍ଜଳି ।

ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ଠାରେ ଶ୍ରଦ୍ଧାଞ୍ଜଳି । 

ଶୁଭମ ବାର୍ତ୍ତା:- ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ଠାରେ ତାଙ୍କର ଆତ୍ମାର ସଦଗତି କାମନା କରି ୨ମି ପାଇଁ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା।ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରି ନୂତନ ନିର୍ବାଚନ ମଣ୍ଡଳୀ ଗଠନ ପରେ ସେ ୨୦୦୯ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲାଞ୍ଜିଗଡ଼ର ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁରର ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ ଯୋଗଦେଇ ଶିବାଜୀ ମାଝୀଙ୍କ ଅକାଳ ବିୟୋଗ ବିଜୁ ଜନତା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ବରିଷ୍ଠ ନେତା ପ୍ରଦୀପ ମୁଣ୍ଡ, ଜିଲ୍ଲା ଯୁବ ସଭାପତି ଅବିନାଶ ଠାକୁର, ମହିଳା ଜୋନ ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ସମ୍ପାଦକ ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ଖାନ୍, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ପ୍ରଶାନ୍ତ ନାଏକ, ଜଜାତୀ ନାଏକ, ବଦ୍ରିନାରାୟଣ ପଟ୍ଟନାୟକ, ପୂର୍ବତନ ନଗରପାଳ ସଞ୍ଜୁକ୍ତା ବେହେରା, ଅବଦୁଲ କାଦୀର, ସମୀତା ନାୟକ, କ୍ଷିରସିନ୍ଧୁ ନାଏକ, ନୀହାର ମିଶ୍ର, ସୁତପା ବହିଦାର,ସେନାପତି ନାଏକ, ଶିବା ସାହୁ, ନିଳାମ୍ବର ସାହୁ, ରଞ୍ଜୁକ୍ତା ପ୍ରଧାନ, ପରମାନନ୍ଦ ମାଝୀ, ଗଣେଶ ବାଗ, ପ୍ରତିଭା ଚୋହାନ, ମାନସ ସିନ୍ଦୂର, ଭୋଲା ନାଥ ନାଗ, ରବିଚନ୍ଦ୍ର ନାଏକ, ପ୍ରଶାନ୍ତ ଠାକୁର ପ୍ରମୁଖ ଯୋଗଦେଇଥିଲେ।

What's Your Reaction?

like

dislike

love

funny

angry

sad

wow