ଆଙ୍ଗନ କା ଉତ୍ସବ ପାଳନ,
"ଆଙ୍ଗନ କା ଉତ୍ସବ ପାଳନ "
ଗୋଲାମୁଣ୍ଡା,୨୮।୯( ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି): ଭାରତ ର ପ୍ରଧାନ ମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦି ଙ୍କ ୭୬ ତମ ଜନ୍ମ ଜୟନ୍ତୀ ଅବସରରେ ରେ ଚଳିତ ବର୍ଷ ସେପ୍ଟେମ୍ବର ୧ ତରିଖ ଠାରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପି ସମସ୍ତ ଅଙ୍ଗୱାଡ଼ି କେନ୍ଦ୍ରରେ ୯ମ ତମ ପୋଷଣ ମାସ ପାଳନ ହେଉଥିବା ବେଳେ ସେପ୍ଟେମ୍ବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି "ଆଙ୍ଗନ୍ କା ଉତ୍ସବ" ପାଳିତ ହେଉଛି। ଏହି ପରିପ୍ରେକ୍ଷିରେ ଗୋଲାମୁଣ୍ଡା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ମାନଝରୀ ମଣ୍ଡଳ ଅଧିନ ଦଳପଡ଼ା ଅଙ୍ଗନୱାଡି କେନ୍ଦ୍ର ପ୍ରାଙ୍ଗଣ ରେ ମହାସମାରୋହ ରେ "ଆଙ୍ଗନ କା ଉତ୍ସବ" ପାଳିତ ହୋଇଛି । ପ୍ରଥମ ଦିନ ଏହି ଉତ୍ସବରେ ଅଭିଭାବକ ମାନେ (ପିତା) ଙ୍କ ଦ୍ଵାରା ଗ୍ରୁହ ରୁ ହାତ ତିଆରି ପୋଷଣ ଯୁକ୍ତଖାଦ୍ୟ ତଥା ପିଠା , ଚୁଡ଼ା, ଉପମା, ମାଣ୍ଡିଆ ଚକୁଳି, ଅଟା ଚକୁଳି, ସୂଜି ପିଠା ସହ ନାନାଦି ପ୍ରକାର ବ୍ୟଞ୍ଜନ ର ପ୍ରଦର୍ଶନ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ୩ ରୁ ୬ ବର୍ଷ ର ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କୁ ନେଇ ବିଭିନ୍ନ ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବ ରେ ଗ୍ରାମର ଭଦ୍ର ବ୍ୟକ୍ତି , ସୁଭଦ୍ରା ମାଁ,ଗର୍ଭବତୀ ଓ ପ୍ରସୂତି ମାଁ, ମାତୃ କମିଟି, ଯାଞ୍ଚ କମିଟି ର ସମସ୍ତ ସଦସ୍ୟ, ସଦସ୍ୟା ଓ ୦ ରୁ ୬ ବର୍ଷ ଶିଶୁ ମାନଙ୍କର ପିତା ,ମାତା, କିଶୋରୀ ବାଳିକା ସମେତ ଶତାଧିକ ଲୋକ ଯୋଗଦାନ କରିଥିଲେ। ଅଙ୍ଗନୱାଡି କର୍ମୀ ଗୋଲାପୀ ବାଗ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସହାୟିକା ସେବନୀ ମାଝୀ ସହଯୋଗ କରିଥିଲେ।
What's Your Reaction?