ପାଇଖାନା ଟାଙ୍କିରେ ଶ୍ୱାସ ରୋଧ ହୋଈ ମୃତ୍ୟୁ ବରଣ କରିଥିବା ପରିବାରକୁ ନର୍ଲା ବିଧାୟିକାଙ୍କ ସହାୟତା ରାଶି ପ୍ରଦାନ,
ପାଇଖାନା ଟାଙ୍କିରେ ଶ୍ୱାସ ରୋଧ ହୋଈ ମୃତ୍ୟୁ ବରଣ କରିଥିବା ପରିବାରକୁ ନର୍ଲା ବିଧାୟିକାଙ୍କ ସହାୟତା ରାଶି ପ୍ରଦାନ,
କଳାହାଣ୍ଡି ଶୁଭମ ବାର୍ତ୍ତା :- ମ.ରାମପୁର ବ୍ଲକ ଗୌଡ଼ କରଲାଖୁଣ୍ଟା ରେ ନର୍ମାଣ ଧୀନ ପାଇଖାନା ଟାଙ୍କି ସେଣ୍ଟ୍ରି ଖୋଲିବାକୁ ଯାଇ ଶ୍ୱାସ ରୋଧ ହୋଇ ୬ଜଣ ଶ୍ରମିକ ପ୍ରାଣ ହରାଇଥିଲେ, ମୃତ୍ୟୁ ଶ୍ରମିକଙ୍କ ଏକା ଦଶାହ କାର୍ଯ୍ୟରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯାଇ ମୃତଙ୍କ ଓ ଆହତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ପରିବାରଙ୍କୁ କୋଡିଏ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଥିଲେ, ଏଥିସହ ପରିବାରର ଅସହାୟ ପୁଅ ଓ ଝିଅଙ୍କ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବାଡ଼େଇବେ ବୋଲି ବିଧାୟିକା ମନୋରମା ମହାନ୍ତି ପ୍ରତିଶୃତି ଦେଇଛନ୍ତି, ଏଥିରେ ବିଜେଡିର ମ ରାମପୁର ବ୍ଲକ ର ସଭାପତି ସତ୍ୟନାରାୟଣ ସାହୁ, ରାଜ୍ୟ ସରପଞ୍ଚ ସଙ୍ଘର ସଭାପତି ରୋମାଞ୍ଚକ ସାହୁ, ସଭାନେତ୍ରୀ ତୁଳସୀ ବିଶି, ଜିଲ୍ଲା ସମ୍ପାଦକ ରଜନୀ କାନ୍ତ ମହାକୁଡ଼, ପ୍ରଦୀପ ପାଣିଗ୍ରାହୀ, ସାମ୍ବାଦିକ ସୁବେନ୍ଧୁ ପଟ୍ଟନାୟକ ଓ ଶୈଳେଶ ବିଶି ପ୍ରମୁଖ ଉପସ୍ଥିତ ଥିଲେ,
What's Your Reaction?