ବଫ୍ଲା ଠାରେ ଏକ ଦିନିଆ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ,

Jun 10, 2026 - 07:39
 0  31
ବଫ୍ଲା ଠାରେ ଏକ ଦିନିଆ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ,

ବଫ୍ଲା ଠାରେ ଏକ ଦିନିଆ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ 

  (ବନ୍ଧପଡା କୁ ହରାଇ ଦେଣ୍ଡୋଗୁଡା ବିଜୟୀ )

 ନର୍ଲା, ୯/୬ (ଶୁଭମ ବାର୍ତ୍ତା )ନର୍ଲା ବ୍ଲକ ଭାନପୁର ଗ୍ରାମପଞ୍ଚାୟତ ଅଧୀନ ବଫ୍ଲା ଠାରେ ଜୟ ଯବାନ ଜୟ କିଶାନ କ୍ଲବ୍ ର ସଭାପତି ପୁନା ନନ୍ଦ ଙ୍କ ନେତୃତ୍ୱ ରେ ସୋମବାର ଅଣ୍ଡର ୧୯ ଭଲିବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା | ଏଥିରେ ୧୨ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବନ୍ଧପଡା କୁ ପରାଜୟ କରି ଦେଣ୍ଡୋଗୁଡା ବିଜୟୀ ହୋଇଥିଲା | ମୁଖ୍ୟ ଅଥିତି ଭାବେ ବୁଲୁ ପଟ୍ଟନାୟକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ | ଲେଫ୍ରି ଅଜିତ୍ ଖେଳାଳି ମାନଙ୍କୁ ନେଇଁ ଖେଳ ପରିଚାଳନା କରିଥିଲେ | ପରେ ଦେଣ୍ଡୋଗୁଡା ଖେଳାଳି ମାନଙ୍କୁ ମୁଖ୍ୟ ଅଥିତି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଏହି ଟୁର୍ନାମେଣ୍ଟ ରେ ନିହାର, ସଉରଭ,ଲୋହିତ,ଭବାନୀ,ଦୂର୍ବା,ଆକାଶ, ପ୍ରମୁଖ ବିଶେଷ ସହଯୋଗ କରିଥିଲେ |

What's Your Reaction?

like

dislike

love

funny

angry

sad

wow