ଦୁର୍ଗା ପୂଜା କଳସ ଶୋଭାଯାତ୍ରାରେ ,ଘୁମୁରା, ଢୋଲବାଦ୍ୟ ସହ ପ୍ରକମ୍ପିତ ହେଲା ନର୍ଲା ସହର,
ଦୁର୍ଗା ପୂଜା କଳସ ଶୋଭାଯାତ୍ରାରେ ,ଘୁମୁରା, ଢୋଲବାଦ୍ୟ ସହ ପ୍ରକମ୍ପିତ ହେଲା ନର୍ଲା ସହର,
ନର୍ଲା ଶୁଭମ ବାର୍ତ୍ତା :- ମା ଜଗତ ଜନନୀ ଦୁର୍ଗାଙ୍କ ପାର୍ବଣ ପାଇଁ ପୁର ପଲ୍ଲୀ ଉତ୍ସବ ମୁଖର ହୋଇ ଥିବା ବେଳେ ଜଗତ ଜନନୀ ମାଁ ଦୂର୍ଗା ଙ୍କ ପୂଜାପାଇଁ ଆଜି ସନ୍ଧ୍ୟା ରେ ନର୍ଲା ଦୁର୍ଗା ପୂଜା କମିଟି ତରଫରୁ ବିଲ୍ଵବରଣ କାର୍ଯ୍ୟ କ୍ରମ ସମାପନ ହୋଇଯାଇଛି।ଘୁମୁରା, ଢ଼ୋଲ୍ ବାଦ୍ୟ ସହିତ ଶହ ଶହ ଶ୍ରଦ୍ଧାଳୁ ସ୍ଥାନୀୟ ରାଣୀ ବନ୍ଧ ରୁ କଲସ ଶୋଭାଯାତ୍ରା ରେ ନର୍ଲା ସହର ପରିକ୍ରମା କରିବା ସହିତ ମଣ୍ଡପ କୁ ପହଞ୍ଚି ଥିଲେ।ଚଳିତ ବର୍ଷ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା କର୍ତ୍ତା ଭାବେ ମାଁ ଙ୍କ ସେବା କରିବା ର ସୁଯୋଗ ପାଇ ଥିବା ବେଳେ,ନବ ଦିନାତ୍ମକ ପୂଜା ପାଇଁ ପୂଜା କମିଟି ତତ୍ପର ହୋଇ ଥିବା ଦେଖି ବାକୁ ମିଳିଛି।ଲଘୁଚାପ ଜନିତ ବର୍ଷା ଯଦି ନ ହୁଏ ତାହେଲେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟ କ୍ରମ ହେବ ବୋଲି ପୂଜା କମିଟି ତରଫରୁ ସୂଚନା ମିଳିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଙ୍କ ରିପୋର୍ଟ୍ ସୁଭମ୍ ବାର୍ତ୍ତା
What's Your Reaction?