ନର୍ଲା ରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

Aug 29, 2024 - 05:45
Aug 29, 2024 - 06:08
 0  292
ନର୍ଲା ରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

 ନର୍ଲା ରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ 

ନର୍ଲା ଶୁଭମ ବାର୍ତ୍ତା :- ଆସୁଛି ପାର୍ବଣ ର ଋତୁ ସେଥିପାଇଁ ଗାଁ ଠୁ ସହର ସବୁଠୀ ବିଭିନ୍ନ ପୂଜା କମିଟି ଗୁଡିକ ରେ ତତ୍ପରତା ଦେଖି ବାକୁ ମିଳିଛି ।ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ପାଇଁ ଜନ୍ମାଷ୍ଟମୀ ଦିନରୁ ମାଟି ସଂଗ୍ରହ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉ ଥିବା ବେଳେ ଆଜି ନର୍ଲା ସହର ରେ ଥିବା ଦୁର୍ଗା ପୂଜା କମିଟି ର ମଧ୍ୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିଲା ପୁରୁଣା ବର୍ଷ ର ସଭାପତି ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ସହର ର ପ୍ରତ୍ୟେକ ପଡ଼ାର ପୁରୁଣା ସଦସ୍ୟ ଯୋଗ ଦେଇ ଥିଲେ।ଉକ୍ତ ବୈଠକ ରେ ଚଳିତ ବର୍ଷ ର ନୂତନ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ବିଭିନ୍ନ ପଦ ପାଇଁ ସର୍ବ ସମ୍ମତି ରେ ଚୟନ କରାଯାଇ ପଦ ଭାର ଦିଆ ଯାଇଥିଲା।ଚଳିତ ବର୍ଷ ନର୍ଲା ଦୁର୍ଗା ପୂଜା କମିଟି ର ନୂତନ ସଭାପତି ମୃତ୍ୟୁଞ୍ଜୟ ନାଗ୍ , ଉପ ସଭାପତି ବିମଲ୍ ସାହାଣୀ, ସମ୍ପାଦକ ଦିପୁ ପାତ୍ର, ସହ ସମ୍ପାଦକ କ୍ଷେତ୍ର ସାହାଣୀ, କେସିଅର୍ ଅନମୋଲ ଚାନ୍ଦ୍ ଙ୍କୁ ଚୟନ କରାଯାଇ ଥିଲା। ପ୍ରତି ବର୍ଷ ସାତ ଦିନ ପୂଜା ହେଉଥିବା ବେଳେ ଚଳିତ  ବର୍ଷ ନବ ଦିନାତ୍ମକ ପୂଜା କରାଯିବ ବୋଲି ବୈଠକ ରେ ନିଷ୍ପତି ହୋଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow