ବେଆଇନ ମଦ ବୋଝେଇ ପିକପ ଭେନ ଜବତ କଲା ନର୍ଲା ପୋଲିସ,
ବେଆଇନ ମଦ ବୋଝେଇ ପିକପ ଭେନକୁ ଜବତ କଲା ନର୍ଲା ପୋଲିସ,
ନର୍ଲାଶୁଭମ ବାର୍ତ୍ତା ,(ଅଜିତ ମାଝୀ ): ବାଗପୁର ଗ୍ରାମ ପଞ୍ଚାୟତର ଜାମପଡା ନିକଟରେ ଏକ ବିଦେଶୀ ମଦ ବୋଝେଇ ପିକପ ଭ୍ୟାନ (ନଂ ଓଡି ୧୭ ଏନ ୯୩୩୨)କୁ କାବୁ କରି ନର୍ଲା ଥାନାକୁ ନେଇ ଆସିଛନ୍ତି ପୋଲିସ ବଳ। ପ୍ରାପ୍ତ ସୂଚନା ଅନୁସାରେ ବେଆଇନ ମଦ ବୋଝେଇ ପିକପ ଭ୍ୟାନଟି ଭବାନୀପାଟଣାରୁ ଏମ. ରାମପୁର ବିଦେଶୀ ମଦ ଦୋକାନକୁ ଯାଉଥିଲା। ବାସ୍ତବରେ ଏହି ମଦ ଟ୍ରିପ ଭବାନୀପାଟଣାରୁ କେସିଙ୍ଗା ରାସ୍ତାରେ ଥିବା ୭ ନମ୍ବର ଏଫଏଲ ସପ ନାମରେ ବିଲ ରହିଥିବା ଜଣାପଡିଛି। ନର୍ଲା ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଆଇନ ମଦ ବୋଝେଇ ପିକପ ଭ୍ୟାନକୁ ଜବତ କରି ନର୍ଲା ଥାନାକୁ ନେଇ ଆସିଥିବା ଜଣାପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ନର୍ଲା ଅଞ୍ଚଳରେ ଦିନକୁ ଦିନ ଚୋରୀ ରାହାଜାନୀ ଭଳି ଘଟଣା ବଢି ବଢି ଚାଲିଥିବା ବେଳେ ସମାଜରେ ମଦ୍ୟପଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ଯୁବ ପିଢୀଙ୍କ ମଦ୍ୟପାନ ପ୍ରତି ଆକର୍ଷଣକୁ ଦୃଷ୍ଟିରେ ରଖି ଦେଶୀ ଓ ବିଦେଶୀ ଅବୈଧ ମଦ ବ୍ୟବସାୟ ମଧ୍ୟ ବଢିବାରେ ଲାଗିଛି। ଏଥିପ୍ରତି ଅବକାରୀ ବିଭାଗର ସ୍ୱଚ୍ଛତା ଉପରେ ଅଙ୍ଗୁଳି ଉଠିଛି। ସେଥିପ୍ରତି କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେବାପାଇଁ ସାଧାରଣରେ ଅନୁରୋଧ କରାଯାଉଛି।
What's Your Reaction?