ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପାଳିତ ହେଲା ଜାତୀୟ କୃମି ଦିବସ, ଶିଶୁଙ୍କୁ ଖୁଆଇଲେ କୃମି ନାଶକ ଔଷଧ ,

Aug 11, 2026 - 10:51
Aug 11, 2026 - 11:18
 0  31
ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପାଳିତ ହେଲା ଜାତୀୟ କୃମି ଦିବସ, ଶିଶୁଙ୍କୁ ଖୁଆଇଲେ କୃମି ନାଶକ ଔଷଧ ,

ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପାଳିତ ହେଲା ଜାତୀୟ କୃମି ଦିବସ, ଶିଶୁଙ୍କୁ ଖୁଆଇଲେ କୃମି ନାଶକ ଔଷଧ,

 କୃମିମୁକ୍ତ ଭାରତ ଅଭିଯାନ, ଅଙ୍ଗନୱାଡି କେନ୍ଦ୍ରରେ ହଜାର ହଜାର ଶିଶୁଙ୍କୁ ଆଲବେଣ୍ଡାଜୋଲ ସେବନ

ଗୋଲାମୁଣ୍ଡା, ୧୦।୮(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି): ଜାତୀୟ କୃମି ଦିବସ ଅବସରରେ ସୋମବାର ବ୍ଲକର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ କୃମି ନାଶକ ଔଷଧ ଖୁଆଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସ୍ୱାସ୍ଥ୍ୟ ଓ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧ ରୁ ୫ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଆଲବେଣ୍ଡାଜୋଲ ଔଷଧ ସେବନ କରାଯାଇଥିଲା। ଯେଉଁ ଶିଶୁମାନେ ସେଦିନ ଅନୁପସ୍ଥିତ ଥିଲେ ସେମାନଙ୍କୁ ଆସନ୍ତା ମପ-ଅପ୍ ଦିବସ ଅର୍ଥାତ୍ ଆସନ୍ତା ୧୭ ତାରିଖରେ ଔଷଧ ଖୁଆଇବାର ବ୍ୟବସ୍ଥା କରାଯାଇଛି।

ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ଘର ଘର ବୁଲି ଅଭିଭାବକଙ୍କୁ ସଚେତନ କରିଥିଲେ। କୃମି ସଂକ୍ରମଣ ଯୋଗୁଁ ଶିଶୁମାନଙ୍କର ରକ୍ତହୀନତା, ଅପୁଷ୍ଟି ଓ ପାଠପଢ଼ାରେ ଅସୁବିଧା ହୋଇଥାଏ ବୋଲି ସେମାନଙ୍କୁ ବୁଝାଯାଇଥିଲା।

ପ୍ରତି ୬ ମାସରେ ଥରେ କୃମି ନାଶକ ବଟିକା ଖାଇବା ଦ୍ୱାରା ଶିଶୁମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ଭଲ ହେବ।

ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow