ବିଶ୍ବ ଆଦିବାସୀ ଦିବସ ରେ ଦୁଲୁକିଲା ଲାଞ୍ଜିଗଡ, ଅସ୍ତ୍ର ଶସ୍ତ୍ର ରେ ସୁସଜ୍ଜିତ ହୋଇ କଲେ ଶୋଭାଯାତ୍ରା,
ବିଶ୍ବ ଆଦିବାସୀ ଦିବସ ରେ ଦୁଲୁକିଲା ଲାଞ୍ଜିଗଡ, ଅସ୍ତ୍ର ଶସ୍ତ୍ର ରେ ସୁସଜ୍ଜିତ ହୋଇ କଲେ ଶୋଭାଯାତ୍ରା,
ଶିକ୍ଷା, ସ୍ୱାସ୍ଥ୍ୟ ଓ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱ
ଶୁଭମ ବାର୍ତ୍ତା :- ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ବେଦାନ୍ତ ରିହାବ କଲୋନୀ ଖେଳ ପଡିଆ ଠାରେ ବିଶ୍ୱ ଆଦିବାସୀ ଦିବସ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି। ଲାଞ୍ଜିଗଡ ଆଦିବାସୀ ସଂଘର ସଭାପତି ଶୁକୃ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଆଦିବାସୀ ସମାଜର ବିକାଶ, ଅଧିକାର ଓ ପରମ୍ପରାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ,ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ମାଝୀ , ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ମାଝୀ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଫକୀର ମୋହନ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ, ହରିଶଙ୍କର ପାତ୍ର, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ,ପ୍ରଥମ ଆଦିବାସୀ ଓଡ଼ିଆ ପ୍ରଶାସନିକ ଅଧିକାରୀ ଲାଞ୍ଜିଗଡର ସନାତନ ମାଝୀ, ଆଇ ଆଇ ସି ବିଜେପୁର ତୁଳିସୀ ରାମ ଶବର,ମୁଖ୍ୟ ବକ୍ତା ଭାବେ ଓଡିଶାର ପୂର୍ବତନ ମନ୍ତ୍ରୀ ଡ଼. ବଳଭଦ୍ର ମାଝୀ,ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ କୁମାର ମଣି ଶବର, ଥୁଆମୂଳ ରାମପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦ୍ରୌପଦୀ ମାଝୀ,କଳାହାଣ୍ଡି ଆଦିବାସୀ ସଙ୍ଘ ଉପ-ସଭାପତି ରମେଶ ମାଝୀ,ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଅତିଥିମାନେ ଆଦିବାସୀ ସମାଜର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ବୃଦ୍ଧି ସହ ଆଦିବାସୀ ସମାଜର ପାରମ୍ପରିକ ଚାଲିଚଳଣୀ, ଭାଷା, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ନୂତନ ପିଢ଼ିକୁ ଉଚ୍ଚଶିକ୍ଷା ଓ ଆଧୁନିକ ସୁଯୋଗ ସହ ଯୋଡ଼ିବା ସହିତ ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନ କରିବା ଉପରେ ମଧ୍ୟ ଅତିଥିମାନେ ଆହ୍ୱାନ ଦେଇଥିଲେ।
ଆଦିବାସୀ ସମାଜର ଅଧିକାର, ସମ୍ମାନ ଓ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଲଳିତ ଭୋଇ ସଭା ପରିଚାଳନା କରିଥିଲେ। ଆଦିବାସୀ ସମାଜର ବିଭିନ୍ନ କର୍ମକର୍ତ୍ତା ସହଯୋଗ କରିଥିଲେ।
What's Your Reaction?