ନର୍ଲା ପେସିଫିକ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକ ଉତ୍ସବ,
ନର୍ଲା ପେସିଫିକ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକ ଉତ୍ସବ,
ନର୍ଲା ଶୁଭମ ବାର୍ତ୍ତା (ଅଜିତ ମାଝୀ):- ନର୍ଲା ସ୍ଥିତ ପେସିଫିକ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକ ଉତ୍ସହ,ସ୍କୁଲ ପରିସରରେ ମହାସମାରୋହ ରେ ପାଳିତ ହୋଇଯାଇଛି, ବିଦ୍ୟାଳୟର ପରିଚାଳନା ନିର୍ଦେଶକ ପ୍ରଶାନ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନର୍ଲା ରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଓ ସଂମ୍ମାନିତ ଅତିଥିଭାବେ ସହକାରୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ଯୋଗଦେଇଥିଲେ, ବିଦ୍ୟାଳୟର ଇଂରାଜୀ ଶିକ୍ଷକ ପରମା ନନ୍ଦ ଦ୍ୱର୍ଗା ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ତୁଳସୀ ରାମ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ, ଅତିଥି ବୃନ୍ଦ,ଶିକ୍ଷାର ବିକାଶ, ଶିକ୍ଷଣ ପଦ୍ଧତି ଓ ଶିଶୁ ମହା ବିଜ୍ଞାନ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରିଥିଲେ, ନର୍ସରୀ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଂକୁ ନେଇ ମନରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଉକ୍ତ ବାର୍ଷିକ ଉତ୍ସବ କୁ ବିଦ୍ୟାଳୟର ରଞ୍ଜିତା ସାହୁ, ସ୍ଵାଗତିକା ଚାନ୍ଦ, ଶୈଳସୂତା କର, ସୌଦାମିନୀ ସା, ବିକାଶ ମାଝୀ, ଶାନ୍ତି ହଂସ, ପ୍ରଣତି ଦୋରା, ଭାଗ୍ୟଶ୍ରୀ ଗୌଡ଼ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ସୁଚାରୁରୂପେ ପରିଚାଳିତ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଅଂଚଳର ବରିଷ୍ଠ ନାଗରିକ ତପନ କୁମାର ଭୋଇ, କ୍ଷିତୀଶ ଚନ୍ଦ୍ର ମାଝୀ, ପ୍ରମୁଖ ବାର୍ଷିକ ଉତ୍ସବରେ ଉପସ୍ଥିତ ଥିଲେ, ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପରିଚାଳନା ନିର୍ଦେଶକ ପ୍ରଶାନ୍ତ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ, ବିଦ୍ୟାଳୟ କୁନି କୁନି ଛାତ୍ର ଛାତ୍ରୀଙ୍କ ନାଚ ଗୀତରେ ଅଭିଭାବକ ଓ ଦର୍ଶକ ଙ୍କ ମନ ଜିଣିଥିଲେ,
What's Your Reaction?