ଅବ୍ୟବସ୍ଥା ଘେରରେ ଗୋଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ୧୨ ଜଣ ଡାକ୍ତର ମଧ୍ୟରୁ ଅଛନ୍ତି ୪, ଗୋଟିଏ ବି ନାହାନ୍ତି ବିଶେଷଜ୍ଞ ଡାକ୍ତର,

Jul 27, 2025 - 08:58
Jul 27, 2025 - 09:04
 0  33
ଅବ୍ୟବସ୍ଥା ଘେରରେ ଗୋଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ୧୨ ଜଣ ଡାକ୍ତର ମଧ୍ୟରୁ ଅଛନ୍ତି ୪, ଗୋଟିଏ ବି ନାହାନ୍ତି ବିଶେଷଜ୍ଞ ଡାକ୍ତର,

ଅବ୍ୟବସ୍ଥା ଘେରରେ ଗୋଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର,

୧୨ ଜଣ ଡାକ୍ତର ମଧ୍ୟରୁ ଅଛନ୍ତି ୪ ଜଣ

ଗୋଟିଏ ବି ନାହାନ୍ତି ବିଶେଷଜ୍ଞ ଡାକ୍ତର,

ରୋଗୀଙ୍କ ପାଇଁ ରେଫର ହିଁ ଏକମାତ୍ର ଭରଷା

ଗୋଲାମୁଣ୍ଡା ୨୬/୦୭ (ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ର ଗୋଲାମୁଣ୍ଡା ବ୍ଲକ ର ସଦରମହକୁମା ଠାରେ ରହିଛି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକ ର 30ହଜାର ରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି l ବିଗତ ଦିନରେ ଏହା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲା l ତେବେ ରୋଗୀମାନଙ୍କ ଆବଶ୍ୟକତା ଦୃଷ୍ଟି ରେ ରଖି ତାକୁ ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଗଲା l ଆଉ ଏହି ମେଡିକାଲ ଅପଗ୍ରେଡେସନ ହେବାପରେ ସ୍ଥାନୀୟ ଲୋକ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବେଶ ଆଶାବାଦୀ ଥିବାବେଳେ ବର୍ତମାନ କିନ୍ତୁ ତାହାର ଓଲଟା ଚିତ୍ର ସାମ୍ନାକୁ ଆସିଛି l ଚିକତ୍ସାଳୟ ପରିସରରେ ଜରୁରୀକାଳୀନ ବିଦ୍ୟୁତ ସେବା ପାଇଁ କୌଣସି ଇନଭେଟର କିମ୍ବା ଜେନେରେଟର ର ବ୍ୟବସ୍ଥା ନାହିଁ l ଫଳରେ ବିଦ୍ୟୁତ ସେବା ବନ୍ଧ ହେଲେ ଡାକ୍ତର ମାନଙ୍କୁ ଅନ୍ଧାରରେ ମୋବାଇଲ ଲାଇଟ କିମ୍ବା ଟର୍ଚ୍ଚ ଲାଇଟ ର ସାହାରା ନେଇ ରୋଗୀ ଚିକିତ୍ସା କରିବାକୁ ପଡିଥାଏ l ଏହା ସହ ବିଭିନ୍ନ ସମସ୍ୟା ଉପରେ ଗତି କରୁଛି ଅଞ୍ଚଳର ଏହି ଏକମାତ୍ର ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ର l ଏଠାରେ 12ଜଣ ଡାକ୍ତର ପଦବି ଥିବା ବେଳେ ଅଛନ୍ତି ମାତ୍ର 4ଜଣ l ସେହିପରି ମେଡ଼ିସିନ, ସ୍ତ୍ରୀ ଓ ପ୍ରସୁତି, ଶିଶୁ ରୋଗ, ସର୍ଜରୀ ଭଳି 4ଗୋଟି ବିଶେଷଜ୍ଞ ଡାକ୍ତର ପଦବି ରହିଛି ତେବେ କୌଣସି ବିଭାଗରେ ମଧ୍ୟ ବେଶେଷଜ୍ଞ ଡାକ୍ତର ନାହାନ୍ତି l ଫଳରେ ଏଠାକାର ରୋଗୀ ମାନଙ୍କୁ ଧର୍ମଗଡ କିମ୍ବା ଭବାନୀପାଟଣା ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼େ l ନର୍ସ ପଦବୀ ମଧ୍ୟ ଖାଲି କେବଳ ଜଣେ ମାତ୍ର ନର୍ସ ରେ ଚାଲିଛି ଏହି ଚିକିତ୍ସାଳୟ l ଏହା ସହ ଡାକ୍ତର ମାନଙ୍କ ପାଇଁ କୌଣସି ଷ୍ଟାଫ କ୍ୱାଟର ମଧ୍ୟ ନାହିଁ ଯାହା ଫଳରେ କି ଚିକିତ୍ସାଳୟ ମଧ୍ୟରେ ଥିବା ଡାକ୍ତର ଡିଉଟି ରୁମରେ ଶୋଇଥାନ୍ତି l ଯାହାକୁ ନେଇ ଡାକ୍ତର ମାନେ ମଧ୍ୟ ବୋହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ସେହିପରି ଏହି ବିଲଡିଙ୍ଗ କିଛି ବର୍ଷ ତଳେ ନିର୍ମାଣ ହେଇ ଥିବାବେଳେ ନିମ୍ନମାନର କାମ ଯୋଗୁଁ କୋଠରୀ ସବୁ ଫାଟ ଦେବାକୁ ବସିଲାଣି l ଆଉ ବର୍ଷା ହେଲେ ଡାକ୍ତରଖାନା ମଧ୍ୟ କୁ ପାଣି ପ୍ରବେଶ କରୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି l

ଗୋଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହିସବୁ ଅବ୍ୟବସ୍ଥା କୁ ସ୍ଥାନୀୟ ଜନସାଧାରଣ ଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ଏବଂ ସରକାର ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ ଏଣୁ ଏହିସବୁ ସମସ୍ୟା ପ୍ରତି ତୁରନ୍ତ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି l

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow