ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

Sep 30, 2024 - 14:00
Sep 30, 2024 - 14:05
 0  106
ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

 ପଞ୍ଚାୟତ ସମିତି ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ 

ନର୍ଲା ଶୁଭମ ବାର୍ତ୍ତା :- ସାଧାରଣ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ରାଜ୍ୟ ସରକାର ରାଜ୍ୟ ର ବିଭିନ୍ନ ବ୍ଲକ୍ ଗୁଡ଼ିକ ରେ ଅଭିଯୋଗ ଶୁଣାଣୀ ଶିବିର ମାନ ଆୟୋଜନ କରି ଲୋକଙ୍କ ସମସ୍ୟା କୁ ବୁଝି ତାର ସମାଧାନ କରି ଆସୁଥିବା ବେଳେ ଆଜି ନର୍ଲା ବ୍ଲକ୍ ପରିସର ରେ ମଧ୍ୟ ହିଁ ଏକ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ଶିବିର ରେ ଆବାସ ଯୋଜନା, ପିଇବା ପାଣି ସମସ୍ୟା, ଜଳ ସେଚନ ସମସ୍ୟା ପରି ୪୬ ଜଣ ଙ୍କ ଅଭିଯୋଗ ପତ୍ର ଗ୍ରହଣ କରାଯାଇ ଥିଲା। ବିଜେପି ସରକାର ଙ୍କ ଏହା ପ୍ରଥମ ବ୍ଲକ୍ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରହୋଇ ଥିବା ବେଳେ ଏହି ଶିବିର ରେ କଳାହାଣ୍ଡ ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ଯୋଗ ଦେବା ସହ ନର୍ଲା ବ୍ଲକ୍ ର ବିଡ଼ିଓ ରିପୁନାଥ ସୁନା, ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି,ଓ ବ୍ଲକ୍ ର ବିଭିନ୍ନ ବିଭାଗ ର ପଦାଧିକାରୀ ଉପସ୍ଥିତ ଥିଲେ ।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଙ୍କ ରିପୋର୍ଟ୍ ସୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow