ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ,

Feb 2, 2026 - 20:00
 0  5
ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ,

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ,୧୧୦ ଅଭିଯୋଗରୁ ୨୩ ଟି ସମସ୍ୟା ତୁରନ୍ତ ସମାଧାନ

ଦୁଇ ଅନାଥ ଝିଅଙ୍କୁ ବ୍ଲକ ଅଧ୍ୟକ୍ଷ କର୍ପସ ପାଣ୍ଠି ରୁ ୧୦ ହଜାର ଆର୍ଥିକ ସାହାୟତା

ଭବାନୀପାଟଣା, ୦୨/୦୨ଶୁଭମ ବାର୍ତ୍ତା(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନେତୃତ୍ୱରେ ଆଜି ସୋମବାର ଦିନ ଦଶପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୧୦ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୨୩ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ସୁବିଧା ପ୍ରତି ଗାଁ ଗାଁ ବସ୍ତି ପଡା ପଡା ରେ ପହଞ୍ଚାଇବା ଆମ ପ୍ରଶାସନ ର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ, ବିଡ଼ିଓ ତ୍ରିପୁରା ମହାନନ୍ଦ, ତହସିଲଦାର ଅମିତ ବେହେରା , ସରପଞ୍ଚ ରଞ୍ଜନ ସାହୁ , ସମିତି ସଭ୍ୟ ଦୂର୍ଗେଶ୍ୱର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଂଜନ ଜେନା,ସାମାଜିକ ସୁରକ୍ଷା ବିଭାଗର ଚନ୍ଦନ ବିହାରୀ,ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ,ଯୋଗାଣ ବିଭାଗ ରୁ ମୁରଲୀଧର ହେଶା, ଏପିଓ କ୍ଷେତ୍ର ମୋହନ ମାଝୀ,ପାନୀୟ ଜଳ ବିଭାଗରୁ ସୁବାସ ପଣ୍ଡା,ବିଇଓ ରାଜେଶ ନାଏକ,ଡ଼ ବିଜୟ ପଣ୍ଡା, ଏଡିଇଓ ଦୀନବନ୍ଧୁ ନାଗ,କୃଷି ବିଭାଗରୁ ସରସ୍ଵତୀ ମେହେର, ଭିଏଡବ୍ଲୁ ଚିନ୍ମୟୀ ପାଟଯୋଶୀ, ମହିଳା ପରିଦର୍ଶିକା ଶାନ୍ତି ମଙ୍ଗରାଜ,ରାଜସ୍ଵ ନିରୀକ୍ଷକ ଜିତେନ୍ଦ୍ର ନାଏକ,ପିଇଓ ସହଦେଵ ଭଇସାଲ ଙ୍କ ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଓ ଦଶପୁର ଗ୍ରାମପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ଦଶପୁର ଗ୍ରାମର ଦୁଇ ବାପା ମାଁ ଛେଉଣ୍ଡ ଝିଅଙ୍କୁ ବ୍ଲକ ଅଧ୍ୟକ୍ଷ କର୍ପସ ଫଣ୍ଡ ରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ଗୋଲାମୁଣ୍ଡା ବ୍ଲକର ଗରିବ ନିରୀହ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ବ୍ଲକ ଅଧ୍ୟକ୍ଷ ମହାନନ୍ଦ ନିଜସ୍ବ ଏକ କର୍ପସ ପାଣ୍ଠି ଖୋଲିଛନ୍ତି ଓ ଲୋକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି ।

What's Your Reaction?

like

dislike

love

funny

angry

sad

wow