ଭବାନୀପାଟଣା ପୌରପାଳିକା ସଫେଇ ଟେଣ୍ଡର ବାତିଲ ନେଇ ବିବାଦ,ତେଜିଲା ପୁରୁଣା ସଂସ୍ଥାକୁ ଅନୁକମ୍ପା, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ,

Feb 2, 2026 - 18:46
 0  7
ଭବାନୀପାଟଣା ପୌରପାଳିକା ସଫେଇ ଟେଣ୍ଡର ବାତିଲ ନେଇ ବିବାଦ,ତେଜିଲା ପୁରୁଣା ସଂସ୍ଥାକୁ ଅନୁକମ୍ପା, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ,

ଭବାନୀପାଟଣା ପୌରପାଳିକା ସଫେଇ ଟେଣ୍ଡର ବାତିଲ ନେଇ ବିବାଦ, ତେଜିଲା ପୁରୁଣା ସଂସ୍ଥାକୁ ଅନୁକମ୍ପା, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ,

ଭବାନୀପାଟଣା, ୦୨/୦୨ଶୁଭମ ବାର୍ତ୍ତା (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ସଫେଇ ଟେଣ୍ଡରକୁ ନେଇ ବିବାଦ ତେଜୁଛି। ଅଜି ଅଚାନକ ଟେଣ୍ଡର ବାତିଲ ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୂଚନା ଅନୁସାରେ, ଭବାନୀପାଟଣା ପୌରପାଳିକା ପକ୍ଷରୁ ଗତ ୧୯ ତାରିଖରେ ଟେଣ୍ଡର ନୋଟିସ ନଂ ୧୬୯ରେ ୱାର୍ଡ ନଂ ୧ ରୁ ୧୦ ନିମନ୍ତେ ୨ କୋଟି ୫୪ ଲକ୍ଷ ୨୦ ହଜାର ୪୭୬ ଟଙ୍କା ଓ ନୋଟିସ ନଂ ୧୭୦ରେ ୱାର୍ଡ ନଂ ୧୧ ରୁ ୨୦ ନିମନ୍ତେ ୨ କୋଟି ଟେଣ୍ଡର ଆହ୍ୱାନ କରାଯାଇଥିଲା। ଜାନୁଆରୀ ୨୯ ତାରିଖରେ ଟେଣ୍ଡର ଦାଖଲର ଶେଷ ଦିନ ବେଳେ ଫେବୃଆରୀ ୩ ତାରିଖ ଟେଣ୍ଡର ଖୋଲାଯିବା ନିମନ୍ତେ ଧାର୍ଯ୍ୟ ହୋଇଥିଲା।ଅଚାନକ ନିର୍ବାହୀ ଅଧିକାରୀଙ୍କ ବଦଳି ପାଇଁ ବିଭାଗକୁ ଅନୁରୋଧଗତକାଲି ୩୦ ତାରିଖ ସନ୍ଧ୍ୟାରେ ଏହି ଟେଣ୍ଡରକୁ ବାତିଲ କରାଯାଇଛି। ପୁରୁଣା ସଂସ୍ଥା ପ୍ରତି ଅନୁକମ୍ପା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସହରରେ ଚର୍ଚ୍ଚା ହେଉଛି। ଭବାନୀପାଟଣା ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ନେଇ ଚନ୍ଦନ ସିକ୍ୟୁରିଟିର ଟେଣ୍ଡରକୁ ପୌରପାଳିକା ପକ୍ଷରୁ ଗତ ଡିସେମ୍ବର ୪ ତାରିଖରେ ବାତିଲ କରାଯାଇଥିଲା। ଗତ ସେପ୍ଟେମ୍ବର ମାସରେ ସମ୍ପୃକ୍ତ ସଂସ୍ଥାକୁ ୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଥିଲା। ସେପ୍ଟେମ୍ବର ମାସଠାରୁ ଭବାନୀପାଟଣା ସହରରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡ଼ିଥିବା ବେଳେ ପୌରପାଳିକା ପକ୍ଷରୁ କିଭଳି ବିଲ ପୈଠ ହେଉଛି ତଦନ୍ତସାପେକ୍ଷ। ଟେଣ୍ଡର ଚୂଡାନ୍ତ ଯେତିକି ବିଳମ୍ବ ହେଉଛି ସେତିକି ବିଲ ସମ୍ପୃକ୍ତ ସଂସ୍ଥାକୁ ଗଣିବା ପଛରେ ଏକ ବଡ଼ଧରଣର ଦୁର୍ନୀତି ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ମାସିକ ୪୮ ଲକ୍ଷ ଟଙ୍କା ବିଲ ହେଉଥିଲେ ମଧ୍ୟ କେତେକ କର୍ମଚାରୀ ନିୟୋଜିତ ହେଉଛନ୍ତି ତଦନ୍ତସାପେକ୍ଷ। ଅନ୍ୟପକ୍ଷରେ ବିଜେପିର ଦୁଇ ତୁଙ୍ଗନେତାଙ୍କ ୨ ଟି ଠିକସଂସ୍ଥାକୁ ଟେଣ୍ଡର ପ୍ରଦାନ ପାଇଁ ପରୋକ୍ଷ ସମର୍ଥନ ଯୋଗୁଁ ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବାତିଲ ହୋଇଥିବା ଶୁଣିବାକୁ ମିଳୁଛି। ସେହିଭଳି କାଉନସିଲରଙ୍କ ଚାପ ଓଡ଼ିଆ ଜିଲ୍ଲା ପ୍ରଶାସନର ଚାପ ଯୋଗୁଁ ନିର୍ବାହୀ ଅଧିକାରୀ ନିଜର ବଦଳି ପାଇଁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଥିବା ଜଣାପଡୁଛି। ଏ ନେଇ ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀଙ୍କୁ ପଚାରିବାରୁ କିଛି କାରଣ ଯୋଗୁଁ ଟେଣ୍ଡର ବାତିଲ ହୋଇଛି ବୋଲି ସେ କହିଥିଲେ।

What's Your Reaction?

like

dislike

love

funny

angry

sad

wow