ଗୋଲାମୁଣ୍ଡା ବ୍ଲକ ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ବିଶେଷଜ୍ଞ ଡ଼ାକ୍ତର ଙ୍କ ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା

Jul 23, 2025 - 20:54
 0  56
ଗୋଲାମୁଣ୍ଡା ବ୍ଲକ ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ବିଶେଷଜ୍ଞ ଡ଼ାକ୍ତର ଙ୍କ ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା

ଗୋଲାମୁଣ୍ଡା ବ୍ଲକ ରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର,ବିଶେଷଜ୍ଞ ଡ଼ାକ୍ତର ଙ୍କ ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା,

ଗୋଲାମୁଣ୍ଡା ୨୩/୦୭(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ବିକଳ ଚିତ୍ର । ଆଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୋଲାମୁଣ୍ଡା ବିନା ପ୍ରଚାର ପ୍ରସାର ରେ ଅନୁଷ୍ଠିତ ହେଲା ଆୟୁଷ୍ମାନ ଆରୋଗ୍ୟ ଶିବିର । ସ୍ନାୟୁ ରୋଗ ବିଶେଷଜ୍ଞ ଡା. ରଞ୍ଜିତ କୁମାର ବେହେରା ସକାଳ ୯:୦୦ ଘଣ୍ଟା ପରିବର୍ତ୍ତେ ଦିନ ୧୧:୩୦ ମିନିଟ ରେ ପହଞ୍ଚି ରୋଗୀ ସେବା ଦେଖିଥିବା ଜଣାପଡିଛି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦେଖିବାକୁ ବାହାରେ ସୁନ୍ଦର କିନ୍ତୁ ଭିତରେ ଫମ୍ପା । ଆୟୁଷ୍ମାନ ଆରୋଗ୍ୟ ଶିବିର ଚାଲିଥିବା ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ନଥିଲା ଲାଇଟ୍ ଯାହାଫଳରେ ମୋବାଇଲ ଓ ଟର୍ଚ୍ଚ ଲାଇଟ୍ ରେ ଚାଲିଲା ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା । ପ୍ରଚାର ପ୍ରସାର ଅଭାବ ଯୋଗୁ ଜାଣି ପାରିଲେନି ଜନ ସାଧାରଣ ଯାହା ଫଳରେ ଖାଁ ଖାଁ ରେ ଚାଲିଲା ଆୟୁଷ୍ମାନ ଆରୋଗ୍ୟ ଶିବିର ତତ୍ ସହିତ ବିଶେଷଜ୍ଞ ଡ଼ାକ୍ତର ଙ୍କ ରୋଗୀ ପ୍ରତି ଯେଉଁ ଭଳି ଭାବରେ ବ୍ୟବହାର ନ କହିବା ଭଳ ।ରୋଗୀ ମାନଙ୍କୁ ଦୁଃବ୍ୟବହାର କରୁଥିବା ପରିଲକ୍ଷିତ ହୋଇଥିଲା । ଗୋଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ବିଭିନ୍ନ ସମସ୍ୟା କୁ ନେଇ ଖବର ପ୍ରସାରିତ ହେଲେ ମଧ୍ୟ କୌଣସି ପରିବର୍ତ୍ତନ ନହେବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ର ବିଷୟ ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow