ମରଣ ଯନ୍ତା ପାଲଟିଛି ବଡ଼ ଚେରଗାଁ ଠୁ ନଦୀ ବ୍ରିଜ ରାସ୍ତା,

Jul 23, 2025 - 09:13
Jul 23, 2025 - 13:22
 0  27
ମରଣ ଯନ୍ତା ପାଲଟିଛି ବଡ଼ ଚେରଗାଁ ଠୁ ନଦୀ ବ୍ରିଜ ରାସ୍ତା,

ମରଣ ଯନ୍ତା ପାଲଟିଛି ବଡ଼ ଚେରଗାଁ ଠୁ ନଦୀ ବ୍ରିଜ ରାସ୍ତା,

ଗୋଲାମୁଣ୍ଡା, ଶୁଭମ ବାର୍ତ୍ତା :- ୨୩/୭ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ପୂର୍ତ୍ତ ବିଭାଗ ରାସ୍ତା ରୁ ନଦୀବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତାଟି ଜିଲ୍ଲା ସଦର ମହକୁମାକୁ ସଂଯୋଗ ହୋଇଥିବା ବେଳେ ଏହି ରାସ୍ତା ଦେଇ ୧୦ ଟି ପଞ୍ଚାୟତ ଜନସାଧାରଣ ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବା କରିଥାନ୍ତି। ହେଲେ ଉକ୍ତ ରାସ୍ତାରେ ଅଧିକ ମାତ୍ରାରେ ଖଳାଢିପ ଭରପୁର ରହିଛି । ଯାହାକୁ ନେଇ ସଦାସର୍ବଦା ଖାଲଢିପ ଗୁଡିକରେ ପାଣି ଜମୁଛି। ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ରାସ୍ତା ଦେଇ ଉଚ୍ଚ ବିଦ୍ୟାଳୟକୁ ପଢ଼ି ଯାଉଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଦୈନିକ ହଜାର ହଜାର ଯାନବାହାନ ଚଳାଚଳ ହେଉଛି । ଅନେକ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଏ ପର୍ଯ୍ୟନ୍ତ ପ୍ରଶାସନର ଦୃଷ୍ଟିଗୋଚର ନ ହେବା ଏକ ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଉପରେ ବିଭାଗୀୟ ଯନ୍ତ୍ରୀକୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା ହେଲେ ଯୋଗାଯୋଗ ହୋଇପାରିନଥିଲା। ଜିଲ୍ଲା ପ୍ରଶାସନ ଏଉପରେ ଦୁଷ୍ଟି ଆକର୍ଷଣ କରି ତୁରନ୍ତ ରାସ୍ତା ମରାମତି କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

  ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow