ଦିଲ୍ଲୀପ ପରାଭୋଇ ଙ୍କୁ ସଂଘବଦ୍ଧ ଅପହରଣ କରି ଆକ୍ରମଣ ଘଟଣା ଥାନାରେ ଅଭିଯୋଗ ।

Oct 31, 2025 - 09:22
Nov 7, 2025 - 21:29
 0  45
ଦିଲ୍ଲୀପ ପରାଭୋଇ ଙ୍କୁ ସଂଘବଦ୍ଧ ଅପହରଣ କରି ଆକ୍ରମଣ ଘଟଣା ଥାନାରେ ଅଭିଯୋଗ ।

ଦିଲ୍ଲୀପ ପରାଭୋଇ ଙ୍କୁ ସଂଘବଦ୍ଧ ଅପହରଣ କରି ଆକ୍ରମଣ ଘଟଣାଥାନାରେ ଅଭିଯୋଗ ।

ଏଗାର ଜଣ ଅଭିଯୁକ୍ତ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ,

ନର୍ଲା (ଅଜିତ ମାଝୀ )ଶୁଭମ ବାର୍ତ୍ତା :- ଦିଲ୍ଲୀପ ପରାଭୋଇ ଙ୍କୁ ଘରୁ ଅପହରଣ କରିଥିବା ଓ ମରଣାନ୍ତକ ଆକ୍ରମଣ ଘଟଣା କୁ ନେଇ କୁସୁମ ପଡା ଗ୍ରାମର ଏଗାର ଜଣ ଅଭିଯୁକ୍ତ ଙ୍କୁ ଗୁରୁବାର ଦିନ ନର୍ଲା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ସୂଚନାଯୋଗ୍ୟ ଗତ ୨୭/୧୦/୨୦୨୫ ଦିନ ରାତ୍ର ଆଠ ଘଣ୍ଟା ସମୟରେ କୁସୁମ୍ ପଡା ଗ୍ରାମର ଡମ୍ବରୁ ମାଝୀ, ମଳୟ ମାଝୀ, କେଦାର ମାଝୀ, ଜମୁ ମାଝୀ, ପ୍ରିନ୍ସ ମାଝୀ ସମେତ ତାଙ୍କ ଛଅ ଜଣ ସହଯୋଗୀ ମିଶି ସଂଘବଦ୍ଧ ଭାବେ କୌଣସି ଘଟଣାକୁ ନେଇ ଆକ୍ରୋଶ ମୂଳକ ଭାବରେ ଏକ ଚାରି ଚକିଆ ଗାଡ଼ି ରେ ଦିଲ୍ଲୀପ ପରାଭୋଇ ନାମକ ଯୁବକ କୁ ନିଜ ଗାଁ ଭାନ ପୁର ଗ୍ରାମକୁ ଯାଇ ଉଠାଇ ଆଣି ଏକ ଅଜ୍ଞାତ ସ୍ଥାନରେ ଅପହରଣ କରିଥିଲେ ଏଵଂ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ ଘଟଣା କୁ ନେଇ ପରିବାର ଲୋକେ ନର୍ଲା ଥାନାରେ ଗତ ୨୮ ତାରିଖ ଦିନ ଅଭିଯୋଗ କରିଥିଲେ ଅଭିଯୋଗ ପରେ ନର୍ଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଗତ ବୁଧବାର ଦିନ ପାଞ୍ଚ ଜଣ ମୁଖ୍ୟ ଅଭିଯୁକ୍ତ ଏଵଂ ଛଅ ଜଣ ସହଯୋଗୀ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାରେ ପଚରା ଉଚୁରା କରିଥିଲା ଏଗାର ଜଣ ଅଭିଯୁକ୍ତ ଙ୍କ ନାମରେ କେଶ୍ ନମ୍ବର୍ -୨୫୫/୨୮/୧୦ ରେ ଏକ ମାମଲା ରୁଜୁ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

What's Your Reaction?

like

dislike

love

funny

angry

sad

wow