ନର୍ଲା ରେ ବିଜେପି ଦଳ ର ସକ୍ରିୟ ସଦସ୍ୟତା ସମ୍ମିଳନୀ ଅନୁଷ୍ଠିତ

Apr 19, 2025 - 15:41
 0  105
ନର୍ଲା ରେ ବିଜେପି ଦଳ ର ସକ୍ରିୟ ସଦସ୍ୟତା ସମ୍ମିଳନୀ ଅନୁଷ୍ଠିତ

ନର୍ଲା ରେ ବିଜେପି ଦଳ ର ସକ୍ରିୟ ସଦସ୍ୟତା ସମ୍ମିଳନୀ ଅନୁଷ୍ଠିତ,

ଶୁଭମ ବାର୍ତ୍ତା :- ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ଜିତୁ କମ୍ପ୍ଲେକ୍ସ ଠାରେ ବିଜେପି ଦଳ ପକ୍ଷରୁ ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ ଓ ସଂଯୋଜକ ମନ୍ ମୟ ଚାନ୍ଦ୍ ଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଯୁଗଳ କିଶୋର ପୋଡ଼, ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ବରିଷ୍ଟ ବିଜେପି ନେତା ଦେବେନ୍ଦ୍ର ମହାନ୍ତି, ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ୍ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଯେଉଁ ସଦସ୍ୟ ମାନେ ବିଜେପି ର ସଦସ୍ୟତା ଅଭିଯାନ ରେ ୧୦୦ ଜଣ ଙ୍କୁ ସଦସ୍ୟତା ଗ୍ରହଣ ରେ ସାମିଲ୍ କରାଇ ସାରିଥିବେ ସେ ଭଳି ସକ୍ରିୟ ସଦସ୍ୟ ମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ। ଉକ୍ତ ବୈଠକ ରେ ନର୍ଲା ଅଞ୍ଚଳ ର ବିଭିନ୍ନ ସମସ୍ୟା ବିଷୟରେ ପଚାରିବା ପାଇଁ ସାଂସଦ ନିଜେ ମଞ୍ଚ ରୁ ବାହାରି ସଭାରେ ବସିଥିବା କର୍ମୀ ମାନଙ୍କ ପାଖକୁ ଯାଇ ଅଭିଯୋଗ ପତ୍ର ଦେବାକୁ କହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ମନ୍ ମୟ ଚାନ୍ଦ୍ ଉକ୍ତ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିବା ବେଳେ ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଅଭାବ ସମସ୍ୟା ବିଷୟ ରେ ଲୋକଙ୍କ ଅଭିଯୋଗ ଶୁଣି ସାଂସଦ ତୁରନ୍ତ ନର୍ଲା ଡାକ୍ତରଖାନା କୁ ପହଞ୍ଚି ଡାକ୍ତର 

ଗୋଚ୍ଛାୟତ ଙ୍କ ସହିତ ଆଲୋଚନା କରିବା ସହିତ ନର୍ଲା ରେ ସମତା ଏକ୍ସପ୍ରେସ୍ ର ରହଣି ଉପରେ ରେଳମନ୍ତ୍ରୀ ଙ୍କୁ ଅବଗତ କରାଯାଇଛି ବୋଲି ମତ ରଖିଥିଲେ।

      ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow