ଗାଁକୁ ଫେରିଲା ଦାଦନ ଶ୍ରମିକର ମୃତ ଦେହ ।
ଗାଁକୁ ଫେରିଲା ଦାଦନ ଶ୍ରମିକର ମୃତ ଦେହ ।
ଗୋଲାମୁଣ୍ଡା ତା-୨୯. ୧୦ (ଶୁଭମ ବାର୍ତ୍ତା )କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଏକ ଅନୁନ୍ନତ ଆଦିବାସୀ ବହୁଳ ବ୍ଲକ ଅଟେ । ଏହି ବ୍ଲକରେ ସତୁରି ଶତକଡା ଲୋକ ମଜୁରି କାମ କରନ୍ତି । ୧୦୦ ଦିନ କାମ ପାଇ ସାରିଲା ପରେ ଆଉ କାମ ମିଳୁ ନ ଥିବାରୁ ପ୍ରାୟ ଶ୍ରମିକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇ ଶବ ହୋଇ ଗାଁକୁ ଫେରୁଛନ୍ତି । ଆଜି ପୁଣି ଆଉ ଜଣେ ମୃତ ଶରୀର ଗାଁକୁ ଫେରିଛି । ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଗଣ୍ଡାମେର ଗ୍ରାମ ର ହରଡ଼ାପଡା ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଧନସିଂ ମାଝୀ ଙ୍କ ବଡ଼ପୁଅ କୌଶିକ ମାଝୀ ବ ୨୮ । ସେ ଚଳିତ ବର୍ଷ ଜୁଲାଇ ମାସରେ କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଏକ ଇଟାଭାଟିରେ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ । କାମ କରୁଥିବା ସମୟରେ ସେ ଗାଡ଼ିରୁ ପଡିଯାଇ ଥିଲେ ପରେ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତର ଖାନା କୁ ନେଇଥିଲେ । ପରେ ଡ଼ାକ୍ତରଖାନା ରେ କିଛିଦିନ ରଖିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି କୌଶିକ ମାଝୀଙ୍କ ମୃତ ଦେହ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ଫେରିଛି । ମୃତକର ପରିବାର ଓ ବନ୍ଧୁବର୍ଗ ପହଞ୍ଚି ଶବ ସତ୍କାର କରିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । କୌଶିକ ମାଝୀ ଙ୍କ ପରିବାର କହିଲେ ବାପା, ମା ସମେତ ତାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆ । ତାଙ୍କ ପରିବାର କୁ ସରକାର କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ତାନୀୟ ଜନସାଧାରଣ ଦାବି କରିଛିନ୍ତି । ପ୍ରକାଶ ଥାଉ କି ବର୍ଷ କୁ ସରକାର ତିନି ସହ ଦିନ କାମ ଦେବା ଉଚିତ, ହେଲେ ଏହି ବର୍ଷ ରେ ମୋହନ ସରକାର ଦାଦନ ପ୍ରବଣ ଅଞ୍ଚଳ କୁ ୧୦୦ ଶହେ ଦିନ କାମ ଦେଇ ଆଉ ଦୁଇ ସହ ଦିନ କାମ ଯୋଗାଇ ଦେଉ ନ ଥିବାରୁ ଶ୍ରମିକ ମାନେ ଅନ୍ୟ ରାଜ୍ୟକୁ ଦାଦନ ଯାଇ ମରଣ ମୁହଁ ରେ ପଡୁଛନ୍ତି
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?