ଗୋଲାମୁଣ୍ଡା ବ୍ଲକ କେଗାଁ ଠାରେ ନାରୀ ସଚେତନାତା କାର୍ଯ୍ୟକ୍ରମ.

Oct 29, 2025 - 03:58
 0  8
ଗୋଲାମୁଣ୍ଡା ବ୍ଲକ କେଗାଁ ଠାରେ ନାରୀ ସଚେତନାତା କାର୍ଯ୍ୟକ୍ରମ.

ଗୋଲାମୁଣ୍ଡା ବ୍ଲକ କେଗାଁ ଠାରେ ନାରୀ ସଚେତନାତା କାର୍ଯ୍ୟକ୍ରମ,

ଗୋଲାମୁଣ୍ଡା, ତା.୨୮।୧୦(ଶୁଭମ ବାର୍ତ୍ତା):ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଭାରତୀୟ ଆଦିମ ଜାତି ସେବା ସଙ୍ଘ ଓ ସମାଜ କଲ୍ୟାଣ କାର୍ଯ୍ୟାଳୟ,କଳାହାଣ୍ଡି ତରଫରୁ ଏକ ମହିଳା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଆଇସିଡ଼ିଏସ ସୁପରଭାଇଜର ଗୀତାଞ୍ଜଳି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କେଗାଁ ଥାନା ଏଏସଆଇ ରୋମାଞ୍ଚଳ ନାଏକ,ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ କୁମାର ଭୋଇ, ସହ ଶିକ୍ଷକ ଦେବରାଜ ଜାନୀ, ଡିଏସଡବ୍ଲୁଓ କାର୍ଯ୍ୟାଳୟର ଜେଣ୍ଡର ସ୍ପେସିଆଲିଷ୍ଟ ରାମ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶକ୍ତି ସଦନ ଗୃହରେ କେଉଁ ମହିଳା ମାନେ ରହିପାରିବେ, ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥା, ଘରୋଇ ହିଂସା, ଯୌନ ଓ ମାନସିକ ନିର୍ଯାତନା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଆଦି ବିଷୟରେ ଆଲୋଚନା କରିଥିଲେ।

 ଧର୍ମଗଡ ଶକ୍ତି ସଦନ ର ପରିଚାଳିକା ସସ୍ମିତା ପାତ୍ର କାର୍ଯକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠିତ ସଚେତନତା ସଭାରେ କେଗାଁ ଗ୍ରାମପଞ୍ଚାୟତର ସି ଆର ପି,ଏମବିକେ , ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ସମେତ ଗ୍ରାମର ଯୁବତୀ ମାନେ ବହୁ ସଂଖ୍ୟାରେ ସାମିଲ ଥିବା ବେଳେ ଧର୍ମଗଡ ଶକ୍ତି ସଦନ ଗୃହ କାର୍ଯ୍ୟାଳୟ ସହାୟକ ଦେବରାଜ ମହାନନ୍ଦ ଧନ୍ୟବାଦ ପ୍ରଦାନ କରିଥିଲେ l

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow