ନର୍ଲା ବ୍ଲକ ରେ ଆଠ ଜଣ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ଘଟଣା !
ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ ରେ ବିଭିନ୍ନ କ୍ଲଷ୍ଟରରେ କାର୍ଯ୍ୟରତ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ସାଧାରଣରେ ଆଲୋଚନା ହେଉଛି । ଶିକ୍ଷା ବିଭାଗ ଦ୍ଵାରା ବଦଳି କରାଯାଇଥିବା ଶିକ୍ଷକଙ୍କୁ ବାଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ର ଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ଦେଖିବକୁ ମିଳିଛି । ସୂଚନା ଯୋଗ୍ୟ ଗତ ନୋଟି ଫିକେସନ୍ ନମ୍ବର ୧୩୪୫୩/ତା ୧୪/୦୫/୨୫ ଅନୁଯାୟୀ ସ୍ଥାନୀୟ ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି,କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ କଳାହାଣ୍ଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର୍ ସେଠ୍ ଙ୍କ ଅନୁମୋଦନ କ୍ରମେ ରଜ୍ୟ ଶିକ୍ଷା ବିଭାଗ କମିଟି ଲେଟର ନମ୍ୱର୍ ୧୬୬୭୩/ତା ୦୧/୦୭/୨୫ ଅନୁଯାୟୀ ନର୍ଲା ବ୍ଲକ ରେ ବିଭିନ୍ନ ସ୍କୁଲ୍ ରେ କାର୍ଯ୍ୟରତ ଆଠ ଜଣ ନୀରିହ ଶିକ୍ଷକ ଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ଙ୍କ ଅନୁମୋଦନ କ୍ରମେ ଅନ୍ୟତ୍ର ବଦଳି ତାଲିକା ପ୍ରକାଶ ପାଇଥିଲା ଏହି ତାଲିକା ରେ ନର୍ଲା ବ୍ଲକ ରୁପ୍ରା ରୋଡ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀ ଙ୍କୁ କୋକ ସରା ବ୍ଲକ କୁ ବଦଳି ହୋଇଥିବା ଉକ୍ତ ସ୍କୁଲ୍ ରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଚକିତ କରିଥିଲା । ଏହା କୁ ବିରୋଧ କରି ରୁପ୍ରାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଭିଭାବକ ମାନେ ଏକତ୍ରିତ ହୋଇ ଗତ ଗୁରୁବାର ଓ ଶୁକ୍ରବାର ଦିନ ସ୍କୁଲ୍ ଗେଟ୍ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ।
କଳାହାଣ୍ଡି ରୁ ରାଜା ପାୟାସିଂ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?