ନର୍ଲା ଅଞ୍ଚଳ ରେ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚିନ୍ତା ରେ ଚାଷୀ କୂଳ,
ନର୍ଲା ଅଞ୍ଚଳ ରେ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚିନ୍ତା ରେ ଚାଷୀ କୂଳ,
ଶୁଭମ ବାର୍ତ୍ତା :- ଚଳିତ ବର୍ଷ ଆମ ରାଜ୍ୟ ଓଡ଼ିଶା କୁ ଦଶ ଦିନ ପୂର୍ବରୁ ମୌସୁମୀ ପ୍ରବେଶ କରିଥିଲା, ସେଥିପାଇଁ ଚାଷୀ ଙ୍କ ଆଶା ଥିଲା ଯେ ଚଳିତ ବର୍ଷ ଭଲ ବର୍ଷା ହେବ ଓ ଚାଷ କାମ ସୁରୁଖୁରୁ ରେ ହେବ କିନ୍ତୁ ଆଷାଢ଼ ମାସ ଶେଷ ହୋଇ ଶ୍ରାବଣ ମାସ ର ପନ୍ଦର ଦିନ ଅତିକ୍ରମ କରିବାକୁ ଯାଉଛି ହେଲେ ନର୍ଲା ଅଞ୍ଚଳ ରେ ବର୍ଷା ର ଦେଖା ନାହିଁ। ପ୍ରତିଦିନ ବର୍ଷା ହେଉଛି କିନ୍ତୁ ତାହା ପୁଷ୍ପ ବୃଷ୍ଟି ପରି ବର୍ଷା ହେଉଥିବାରୁ, ମାଟି ମଧ୍ୟ ଓଦା ହେଉନାହିଁ। ଧାର କରଜ କରି ଚାଷୀ ବିଲ ରେ ଧାନ ବୁଣି ବା ସହିତ ତଳି ପକାଇ ବର୍ଷା କୁ ଅପେକ୍ଷା କରିଛି କିନ୍ତୁ ବର୍ଷା ଅଭାବ ରୁ ଚାଷ କାମ ଆଗେଇ ପାରୁନାହିଁ। ବିଲ ରେ ପାଣି ନ ଥିବାରୁ ବେଉଷଣ ଓ ତଳି ରୁଆ କାମ ଠପ୍ ହୋଇ ପଡିଛି। ଯେଉଁ ଚାଷୀ ଙ୍କ ଜଳ ସେଚନ ସୁବିଧା ଅଛି ସେମାନେ କେବଳ ଚାଷ କାମ କରୁଛନ୍ତି ଅନ୍ୟ ମାନେ ମୁଣ୍ଡ ରେ ହାତ ମାରି ବସିଛନ୍ତି। ଆଗାମୀ ଆଠ ଦଶ ଦିନ ଭିତରେ ଯଦି ଭଲ ବର୍ଷା ନ ହୁଏ ତାହେଲେ ମରୁଡି ହେବାର ଆଶଙ୍କା ପ୍ରକାଶ କରିଛନ୍ତି ମାଣ୍ଡେଲ୍ ଅଞ୍ଚଳ ର ଚାଷୀ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?