ସାମ୍ବାଦିକ କାଶୀନାଥ ଦାଶ ଙ୍କ ପରଲୋକ,
ସାମ୍ବାଦିକ କାଶୀନାଥ ଦାଶ ଙ୍କ ପରଲୋକ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ କାଶୀନାଥ ଦାଶ ଙ୍କ ୪୯ବର୍ଷ ବୟସ ରେ ପରଲୋକ ଘଟିଛି l ସେ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇ ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟି ଥିବା ସୂଚନା ମିଳିଛି l ମୃତ୍ୟୁ ସମୟରେ ପୁଅ ଅନୁରାଗ ଦାଶ, ବଡ଼ଭାଇ ସୋମନାଥ ଦାଶ, ବଡ଼ ଭାଇ ପୁଅ ରାଜ କିଶୋର ଦାଶ, ଝିଅ ଖୁସୀ, ସ୍ତ୍ରୀ ସୁନୀତା ଦାଶ ଉପସ୍ଥିତ ରହିଥିଲେ l ଶ୍ରୀଯୁକ୍ତ ଦାଶ ୨୦୧୫ ମସିହାରୁ ନ୍ୟୁଜ ଗ୍ୟାଲେରୀ, ପ୍ରଜାବାର୍ତ୍ତା, ସୁଶାସନ ଭଳି ପତ୍ରିକା ରେ ସାମ୍ବାଦିକ କାର୍ଯ୍ୟ ସୁଚାରୁରୂପେ ତୁଲାଇଛନ୍ତି l ମୃତ୍ୟୁ ଖବର ପ୍ରସାରଣ ହେବା ପରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବିଡ଼ିଓ ବିପିନ ବିହାରୀ ଦୀପ, ସାମ୍ବାଦିକ ଜଗତ୍ ରାମ ସାହୁ, ନୀଳକଣ୍ଠ ବେହେରା, ଦୀପକ୍ ଠାକୁର୍, ତ୍ରିଲୋଚନ ଗଉଡ଼ିଆ, ବାବୁଲାଲ୍ ବାଗ୍, ତପନ୍ କୁମାର୍ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?