ଚୋରି ଅଭିଯୋଗରେ ୪ଗିରଫ ହୋଇ କୋର୍ଟ ଚାଲାଣ
ଚୋରି ଅଭିଯୋଗରେ ୪ଗିରଫ ହୋଇ କୋର୍ଟ ଚାଲାଣ,ନାବାଳକ ଗଲା ଜୁଭେନାଇଲ କୋର୍ଟ,
୨ଟି ତେଲ ଟିପା, ପାଞ୍ଚ କିଗ୍ରାର ୩ଟି ତେଲ ଜାର, ୧ଟି ମୋବାଇଲ ଓ ଗୋଟିଏ ହାତ ଘଣ୍ଟା ଜବତ।
ଗୋଲାମୁଣ୍ଡା ଶୁଭମ ବାର୍ତ୍ତା:- ,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଚୋରି ଘଟଣାରେ ପୁଲିସ ୪ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜଣେ ନାବାଳକ ଅଭିଯୁକ୍ତକୁ ଜିଭେନାଇଲ କୋର୍ଟକୁ ପୁଲିସ ପଠେଇଛି । ଚୋରି କରି ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ କେଗାଁର ପାର୍ଥବ ହରପାଳ, ଆନନ୍ଦ ହରପାଳ, ଦେବେନ୍ଦ୍ର ପୁଟେଲ ହୋଇଥିବା ବେଳେ ଅନ୍ୟ ଜଣକ ହେଲେ ସାନଚେରଗାଁ ଗ୍ରାମର କାହ୍ନ। ବାଗ ବୋଲି ପୁଲିସ କହିଛି । କାହ୍ନା ବାଗ ସମସ୍ତ ଚୋରି ସାମଗ୍ରୀ କିଣିଥିବା ନେଇ ସୂଚନାରୁ ପ୍ରକାଶ ଯେ କେଗାଁ ଗ୍ରାମରେ ଯେତେ ବି ଚୋରି ହୋଇଛି, ସମସ୍ତ ଚୋରି ଘଟଣାରେ ଲିପ୍ତ ଥିବା ସୂଚନା ମିଳିଛି । କିଛିଦିନ ତଳେ ନିଖିଳ ମେହେରଙ୍କ ଘରେ ପଶି ଏକ ବାକ୍ସ ନେଇଯାଇଥିବା ବେଳେ ଗୋଟିଏ ଦିନ ପରେ ପୁଣି ହେମରାଜ ପୁଟେଲଙ୍କ ହୋଟେଲରୁ ପନ୍ଦର କିଗ୍ରାର ଦୁଇ ତେଲ ଟିପା ଚୋରି ହୋଇଥିଲା। ଏହାକୁ ନେଇ ନିଖିଳ ମେହେର ପ୍ରଥମେ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ହେମରାଜ ପୁଟେଲ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଏହାର ଦୁଇ ଦିନ ପରେ ପୁଣି ନେତ୍ରାନନ୍ଦ ଜ୍ୟୋତିଷଙ୍କ ଘରେ ଗୋଟିଏ ମୋବାଇଲ ଫୋନ ଚୋରି କରିବା ସଙ୍ଗେ ଘର ଆଲମାରୀ ଖୋଲୁଥିବା ସମୟରେ ଘର ମାଲିକଙ୍କ ଚେତାଥିବା ଜାଣି ଫେରାର ମାରୁଥିବା ବେଳେ ଅଭିଯୁକ୍ତର ନିଜର ମୋବାଇଲ ମାଲିକଙ୍କ ଘରେ ପଡିଯାଇଥିଲା। ଏ ନେଇ ଘର ମାଲିକ କେଗାଁ ଥାନାରେ ଜିମା ଦେଇଥିଲେ । ଏନେଇ କେଗାଁ ପୁଲିସ ତନାଘନା ତଦନ୍ତ ଜାରି ରଖି ଦୁଇଟି ପନ୍ଦର କିଗ୍ରା ତେଲ ଟିପା, ତିନିଟି ୫ କିଗ୍ରା ତେଲ ଜାର, ଗୋଟିଏ ମୋବାଇଲ ଫୋନ ଓ ଗୋଟିଏ ହାତ ଘଣ୍ଟା ଜବତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ। ଆଜି କେଗାଁ ପୁଲିସ କେଶ ନଂ ୨୩୦/୨୫ ରେ ମାମଲା ରୁଜୁ କରି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ପାର୍ଥବ ହରପାଳ, ଆନନ୍ଦ ହରପାଳ, ଦେବେନ୍ଦ୍ର ପୁଟେଲ ଓ କାହ୍ନ। ଚରଣ. ବାଗଙ୍କୁ ଧର୍ମଗଡ଼ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଅଭିଯୁକ୍ତକୁ ଭବାନୀପାଟଣା ଜୁଭେନାଇଲ କୋର୍ଟକୁ ପଠାଇ ତଦନ୍ତ ଜାରିରଖିଥିବା ଆଇଆଇସି ମକୁନ୍ଦ ଦେବ ନାଏକ ପ୍ରକାଶ କରିଛନ୍ତି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?