ନର୍ଲା କଂଗ୍ରେସ୍ କମିଟି ର ସାଧାରଣ ବୈଠକ ଅନୁଷ୍ଠିତ,

Mar 24, 2025 - 05:50
 0  105
ନର୍ଲା କଂଗ୍ରେସ୍ କମିଟି ର ସାଧାରଣ ବୈଠକ ଅନୁଷ୍ଠିତ,

ନର୍ଲା କଂଗ୍ରେସ୍ କମିଟି ର ସାଧାରଣ ବୈଠକ ଅନୁଷ୍ଠିତ,

 ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ଡାକ ବଙ୍ଗଳା ରେ ଗତ ଶନିବାର ଦିନ ୧୦ ସମୟରେ ନର୍ଲା ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ନର୍ଲା କଂଗ୍ରେସ୍ କମିଟି ର ଉପ ସଭାପତି ସୁଦାମ ଚରଣ ପାଧାନ୍ ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ୍ କମିଟି ର ସଦସ୍ୟ ଓ ନର୍ଲା ବ୍ଲକ୍ ର କାର୍ଯ୍ୟକାରି ସଭାପତି ଉପସ୍ଥିତ ରହି ତାଙ୍କ ଆସିବା ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଅବଗତ କରିବା ସହିତ ୧୦ ଜଣ ନୂତନ ସଦସ୍ୟ ଙ୍କୁ ଚୟନ କରାଯାଇ ଥିଲା। ନୂତନ ସଦସ୍ୟ ମାନେ ହେଲେ ଶ୍ରୀଯୁକ୍ତ ରଜନୀକାନ୍ତ କୁମାର୍, ଅନିରୁଦ୍ଧ ବିଶ୍ଵାଳ, ଚୁଳମଣୀ ଗୌଡ଼ିଆ, ତନୁ ମାଝୀ, ସୁଦାମ ଚରଣ ପଧାନ୍, ଦିପୁ ପାତ୍ର, ଭଗବାନ ସାହୁ, ମନୋଜ୍ କରୁଆଁ, ଓ ଦେବାଶି କୁମାର୍। ଉକ୍ତ ବୈଠକ ରେ କଂଗ୍ରେସ୍ ଦଳ ନର୍ଲା ବ୍ଲକ୍ ରେ କେମିତି ଲୋକଙ୍କ ନିକଟତର ହୋଇ ୨୭ ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରେ କେମିତି ଭଲ କରିବ ସେ ବିଷୟରେ ଆଲୋଚନା ହୋଇ ଥିଲା।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow