ନର୍ଲା ନିର୍ବାଚନ ମଣ୍ଡଳୀର ସ୍ୱାଭିମାନ୍ ମଞ୍ଚ ତରଫରୁ ନର୍ଲା ଓ ଏମ୍ ରାମ୍ ପୁର୍ କୁ ଏନ ଏ ସି ଘୋଷଣା ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଡିଓ ଙ୍କୁ ଦାବୀ ପତ୍ର ପ୍ରଦାନ୍,

Aug 25, 2025 - 14:43
Aug 25, 2025 - 14:43
 0  152
ନର୍ଲା ନିର୍ବାଚନ ମଣ୍ଡଳୀର ସ୍ୱାଭିମାନ୍ ମଞ୍ଚ ତରଫରୁ ନର୍ଲା ଓ ଏମ୍ ରାମ୍ ପୁର୍ କୁ ଏନ ଏ ସି ଘୋଷଣା ପାଇଁ  ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଡିଓ ଙ୍କୁ ଦାବୀ ପତ୍ର ପ୍ରଦାନ୍,

ନର୍ଲା ନିର୍ବାଚନ ମଣ୍ଡଳୀ ସ୍ୱାଭିମାନ୍ ମଞ୍ଚ ତରଫରୁ ନର୍ଲା ଓ ଏମ୍ ରାମ୍ ପୁର୍ କୁ ଏନ ଏ ସି ଘୋଷଣା ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଡିଓ ଙ୍କୁ ଦାବୀ ପତ୍ର ପ୍ରଦାନ୍,

ନର୍ଲା ଶୁଭମ ବାର୍ତ୍ତା :- କିଛି ଦିନ ତଳେ ରାଜ୍ୟ ସରକାର ରାଜ୍ୟରେ ଆଉ ୧୨ ଟି N A C ଘୋଷଣା କରିଥିଲେ, ସେହି ଘୋଷଣା ରେ ନର୍ଲା ଓ ରାମ୍ ପୁର୍ ର ନା ନ ଥିବାରୁ ନର୍ଲା ଓ ରାମ୍ ପୁର୍ ସହିତ ସମଗ୍ର ନର୍ଲା ନିର୍ବାଚନ ମଣ୍ଡଳୀ ବାସୀ ଅସନ୍ତୁଷ୍ଟ ଥିଲେ। ସେଥି ପାଇଁ ନର୍ଲା ନିର୍ବାଚନ ମଣ୍ଡଳୀ ର ଚାରୋଟି ବ୍ଲକ୍ ନର୍ଲା , ରାମ୍ ପୁର୍, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକ୍ ର କିଛି ବିଜେଡି ନେତା ,ବୁଦ୍ଧିଜୀବୀ , ଅବସରପ୍ରାପ୍ତ ଶିକ୍ଷକ, ଓକିଲ ,ଓ ସମାଜ୍ ସେବୀ ମିଶି 'ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚ' ନାମରେ ଏକ ନୂଆଁ ସଂଗଠନ ତିଆରି କରିଥିଲେ।ଏହି ନୂତନ ସଂଗଠନ ଦୁଇ ଦିନ ତଳେ ନର୍ଲା ଡାକ ବଙ୍ଗଳା ରେ ଗଠନ ହୋଇ ଥିବା ବେଳେ ଏହି ସଂଗଠନ ର ସଭାପତି ଙ୍କ ନେତୃତ୍ୱ ରେ ଶତାଧିକ ବିଜେଡି ନେତା,ଓ ତାଙ୍କ ସମର୍ଥକ ଙ୍କ ସହିତ ନର୍ଲା ବିଧାୟିକା, ବ୍ଲକ୍ ଉପାଧ୍ୟକ୍ଷ ମିଶି ନର୍ଲା ଡାକ ବଙ୍ଗଳା ରୁ ଏକ ଶୋଭାଯାତ୍ରା ରେ ବାହାରି ନର୍ଲା ଓ ରାମ୍ ପୁର୍ କୁ N A C ଘୋଷଣା କରିବା ପାଇଁ ସ୍ଲୋଗାନ୍ ଦେଇ ନର୍ଲା ବ୍ଲକ୍ ଅଫିସ୍ କୁ ଯାଇ ଥିଲେ। ସେଠାରେ ନର୍ଲା ବିଡିଓ ଙ୍କୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ୍ କରିଥିଲେ।ପ୍ରକାଶ୍ ଥାଉ କି ସରକାରୀ ଉଦାସୀନତା ହେଉ ଅବା ସ୍ଥାନୀୟ ରାଜନେତା ଙ୍କ ଇଚ୍ଛାଶକ୍ତି ର ଅଭାବ୍ ହେଉ ନର୍ଲା ବିକାଶ ପଥରେ ଅନେକ୍ ପଛୁଆ ଅନୁଭବ କରି ଚଳିତ ମାସ ୧୫ ତାରିଖ ଜନ୍ମାଷ୍ଟମୀ ଦିନ 'ବିକାଶ ମଞ୍ଚ ନର୍ଲା ' ନାମରେ ଏକ ଅଣ ରାଜନୈତିକ ସଂଗଠନ ଗଠନ କରି ସେହି ସଂଗଠନ ର କର୍ମକର୍ତ୍ତା ମାନେ ରାଜସ୍ବ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ ଙ୍କୁ ସାକ୍ଷାତ୍ କରି ନର୍ଲା କୁ N A C ମାନ୍ୟତା ପାଇଁ ଦାବୀ କରିଛନ୍ତି। ବର୍ତମାନ ନର୍ଲା ରେ ବିକାଶ ମଞ୍ଚ ରାଜନୀତି ଚାଲିଛି ନର୍ଲା ବିକାଶ କୁ କେଉଁ ସଂଗଠନ କେତେ ଆଗକୁ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

      ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow