ବିଶିଷ୍ଟ କୀର୍ତ୍ତନ ଗୁରୁ ତଥା ଶ୍ରୀଜଗନ୍ନାଥ ଙ୍କ ସେବକଙ୍କ ପରଲୋକ,
ବିଶିଷ୍ଟ କୀର୍ତ୍ତନ ଗୁରୁ ତଥା ଶ୍ରୀଜଗନ୍ନାଥ ଙ୍କ ସେବକଙ୍କ ପରଲୋକ,
ଶୁଭମ ବାର୍ତ୍ତା :- ନର୍ଲାର ବିଶିଷ୍ଟ କୀର୍ତ୍ତନ ଗୁରୁ ତଥା ଶ୍ରୀଜଗନ୍ନାଥ ଙ୍କ ସେବକ ତପୀନ୍ଦ୍ର ଗୌଡ଼ିଆ ୭୮ ବର୍ଷ ବୟସରେ ନିଜ ବାସଭବନରେ ଶନିବାର ରାତ୍ର ୮ଘଣ୍ଟା ୫ମିନିଟ ସମୟରେ ଦେହାନ୍ତ ହେଇଯାଇଛି, ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ ଚୁଳମଣୀ ଗୌଡ଼ିଆ ସାନପୁଅ ଚିରଞ୍ଜୀବି ଗୌଡ଼ିଆ ଓ ଦୁଇ ବୋହୂ, ଦୁଇ ଝିଅ ଓ ଜ୍ୱାଇଁ, ମାମୁ ମାଇଁ, ନାତି ନାତୁଣୀ, ଏବଂ ସହ ପରିବାର ବର୍ଗ ଉପସ୍ଥିତ ଥିଲେ, ବିଶିଷ୍ଟ କୀର୍ତ୍ତନ ଗୁରୁ ସେ ଜଣେ ଧାର୍ମିକ ଓ ସୁପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଥିଲେ, ତାଙ୍କର ମୃତ୍ୟୁ ର ଖବର ପ୍ରଚାରିତ ହେବା ମାତ୍ରେ ନର୍ଲା ଅଂଚଳରେ ଶୋକର ଛାୟା ଖେଳିଯାଇଛି,ରବିବାର ସକାଳେ ସଂକୀର୍ତ୍ତନ ମଣ୍ଡଳୀ ସହ ଭବ୍ୟ ଶୋଭାଯାତ୍ରାରେ ନେଇ ଡ଼ଙ୍ଗର ମାଲ ନିକଟସ୍ଥ ତାଙ୍କ ଫାର୍ମ ହାଉସରେ ଅନ୍ତିମ ସଂସ୍କାର କରାଯାଇଥିଲା, ତାଙ୍କ ଶେଷ ଶୋଭାଯାତ୍ରାରେ ନର୍ଲା ର ଅନେକ ବିଶିଷ୍ଟ ବ୍ୟକ୍ତି ବା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଚାନ୍ଦ, ଅନିରୁଦ୍ଧ ବିଶ୍ୱାଳ, ଚନ୍ଦ୍ରଦ୍ଵଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ,ଶ୍ରୀ ଗୌଡ଼ିଆଙ୍କ ଦେହାନ୍ତ ରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ପି ସି ସି ସଭାପତି ଭକ୍ତଚରଣ ଦାସ ଓ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ ଗଭୀର ଶୋକାବ୍ୟକ୍ତ କରିବା ସହ ଅମର ଆତ୍ମାର ସତଗତି କାମନା କରିଥିଲେ,
ନର୍ଲା ରୁ ତ୍ରିଲୋଚନ ଗୌଡ଼ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?