ସ୍କୁଲ ଗେଟ୍ରେ ତାଲା, ଶିକ୍ଷକ ଅନୁପସ୍ଥିତ ସରକାରୀ ଛୁଟି ନଥିବା ସତ୍ତ୍ୱେ ବନ୍ଦ ରହିଲା ବିଦ୍ୟାଳୟ
ସ୍କୁଲ ଗେଟ୍ରେ ତାଲା, ଶିକ୍ଷକ ଅନୁପସ୍ଥିତ,
ସରକାରୀ ଛୁଟି ନଥିବା ସତ୍ତ୍ୱେ ବନ୍ଦ ରହିଲା ବିଦ୍ୟାଳୟ,
ଧର୍ମଗଡ଼/ଗୋଲାମୁଣ୍ଡା, ୧୭/୦୯ (ଶୁଭମ ବାର୍ତ୍ତା): ସରକାରୀ ଛୁଟି ନଥିବା ସତ୍ତ୍ୱେ ବିଦ୍ୟାଳୟ ଗେଟ୍ରେ ତାଲା ପଡ଼ିବା ସହ ଶିକ୍ଷକମାନେ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶିକ୍ଷାର ମୌଳିକ ଅଧିକାର ଓ ପିଲାମାନଙ୍କ ନିୟମିତ ପାଠପଢ଼ାକୁ ନେଇ ଏଭଳି ଘଟଣା ଅଭିଭାବକଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି। ଏହା ସହିତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଉପସ୍ଥାନ ଓ ଶିକ୍ଷାଦାନ ବ୍ୟବସ୍ଥା ଉପରେ ଗୋଷ୍ଠୀ ଶିକ୍ଷା ବିଭାଗର ନିୟମିତ ନିରୀକ୍ଷଣ କେତେଦୂର ରହିଛି, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଳି ନାଏକପଡ଼ା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ସମେତ ମୋଟ ଦୁଇଜଣ ଶିକ୍ଷକ କାର୍ଯ୍ୟରତ ଥିବା ଜଣାପଡ଼ିଛି। ତେବେ ସରକାରୀ ଭାବେ କୌଣସି ଛୁଟି ନଥିବା ଦିନରେ ବିଦ୍ୟାଳୟ ଗେଟ୍ରେ ତାଲା ପଡ଼ିଥିବା ବେଳେ ବିଦ୍ୟାଳୟ ରେ ଦୁଇ ଶିକ୍ଷକ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହେଉଛି। ଏ ନେଇ ଗ୍ରାମବାସୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ କୁମାର ନାୟକଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଅଭିଯୋଗ ପାଇବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାୟକ ବିଦ୍ୟାଳୟରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ । ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଛୁଟି ପାଇଁ ଦରଖାସ୍ତ ଦେଇ ଅନୁପସ୍ଥିତ ଥିବା ବେଳେ ପ୍ରଧାନଶିକ୍ଷକ ମଧ୍ୟ ସେହି ସମୟରେ ବିଦ୍ୟାଳୟରେ ଉପସ୍ଥିତ ନଥିବା ଜଣାପଡ଼ିଥିଲା। ଫଳରେ ବିଦ୍ୟାଳୟରେ ପାଠପଢ଼ା ଚାଲିବା ତ ଦୂରର କଥା, ବିଦ୍ୟାଳୟ ଗେଟ୍ରେ ମଧ୍ୟ ତାଲା ପଡ଼ିଥିବା ଅଭିଯୋଗ ସାମ୍ନାକୁ ଆସିଛି।ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ବିଦ୍ୟାଳୟରେ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକଙ୍କ ଅନୁପସ୍ଥିତିକୁ ଗୋଷ୍ଠୀ ଶିକ୍ଷା ବିଭାଗ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ଅନୁପସ୍ଥିତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।ତେବେ ଏହି ଘଟଣା କେବଳ ଜଣେ ଶିକ୍ଷକଙ୍କ ଅନୁପସ୍ଥିତିରେ ସୀମିତ ନୁହେଁ, ବରଂ ବିଦ୍ୟାଳୟର ସମଗ୍ର ପରିଚାଳନା ଓ ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଯଦି ଜଣେ ଶିକ୍ଷକ ଛୁଟିରେ ଥିଲେ, ତେବେ ଅନ୍ୟ ଦାୟିତ୍ୱପ୍ରାପ୍ତ ଶିକ୍ଷକ ବିଦ୍ୟାଳୟରେ ଉପସ୍ଥିତ ରହିବା ଆବଶ୍ୟକତା ଥିଲା କି ନାହିଁ, ଏବଂ ପ୍ରଧାନଶିକ୍ଷକଙ୍କ ଅନୁପସ୍ଥିତି ସମ୍ପର୍କରେ ବିଭାଗକୁ ପୂର୍ବରୁ ସୂଚନା ଦିଆଯାଇଥିଲା କି ନାହିଁ—ତାହା ନେଇ ମଧ୍ୟ ଆଲୋଚନା ହେଉଛି। ଅନ୍ୟପକ୍ଷରେ, ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ନିୟମିତ ଉପସ୍ଥାନ ଯାଞ୍ଚ ଓ ତଦାରଖ କରାଯାଉଛି କି ନାହିଁ। ନିୟମିତ ନିରୀକ୍ଷଣ ର ଅଭାବ ରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନବାଚି ସୃଷ୍ଟି ହେଉଛି ।
ବିଦ୍ୟାଳୟରେ ନିୟମିତ ପାଠପଢ଼ା, ଶିକ୍ଷକଙ୍କ ଉପସ୍ଥାନ ଓ ପିଲାମାନଙ୍କ ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ଦାୟିତ୍ୱ ବିଭାଗର। ତେଣୁ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ବିଭାଗ ପକ୍ଷରୁ ନିୟମିତ ନିରୀକ୍ଷଣ, ଉପସ୍ଥାନ ଯାଞ୍ଚ ଓ ଦାୟିତ୍ୱ ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
What's Your Reaction?