ଡୁଡୁକେଲରେ ଗଜାନନଙ୍କ ଭଷାଣି ଯାତ୍ରା ସମ୍ପନ୍ନ, ବାଜା ବଜାଇ ହର୍ଷୋଲ୍ଲାସରେ ବିସର୍ଜନ,
ଡୁଡୁକେଲରେ ଗଜାନନଙ୍କ ଭଷାଣି ଯାତ୍ରା ସମ୍ପନ୍ନ, ବାଜା ବଜାଇ ହର୍ଷୋଲ୍ଲାସରେ ବିସର୍ଜନ
ଗୋଲାମୁଣ୍ଡା,୨୦।୯(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଡୁକେଲ ଗ୍ରାମ ସ୍ଥିତ ସିଦ୍ଧି ବିନାୟକ ମଣ୍ଡପରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀ ଗଣେଶ ପୂଜା ଶ୍ରଦ୍ଧା ସହକାରେ ଚାଲିବା ପରେ ଆଜି ଭଷାଣି ଯାତ୍ରା ସମାପ୍ତ ହୋଇଛି।
ଦୀର୍ଘ ୬ ଦିନ ଧରି ଗ୍ରାମବାସୀମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଗଜାନନଙ୍କ ପୂଜାର୍ଚ୍ଚନା କରିଥିଲେ। ଗତ ୧୯ ତାରିଖ ଦିନ ସମସ୍ତ ଭକ୍ତଙ୍କ ପାଇଁ ଭୋଗ ସେବନର ବ୍ୟବସ୍ଥା କରାଯାଇଥିଲା। ରାତିରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି ଅବସରରେ ଆୟୋଜିତ ବିଶେଷ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜୁନାଗଡ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ତୁଳେଶ୍ୱର ନାଏକ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ମାନଝରି ସରପଞ୍ଚ ଶ୍ରୀ ଜଗୁଜିବନ ଅଘରିଆ, ବରିଷ୍ଠ ସାମ୍ବାଦିକ ବ୍ରହ୍ମା ପ୍ରସାଦ କାଣ୍ଡ, ସକାଳ ପ୍ରତିନିଧି କୃଷ୍ଣଚନ୍ଦ୍ର ମହାନନ୍ଦ, ନାଏବ ସରପଞ୍ଚ ପ୍ରତିନିଧି ରଜିନ ଭାଟି, ବରିଷ୍ଠ ଶିକ୍ଷକ ରିଚେକ ଭାଟି, ୱାର୍ଡ ମେମ୍ବର ପ୍ରତିନିଧି ଅନନ୍ତ ତାଣ୍ଡି, ଗୌନ୍ତିଆ ଶଶିଧର ବଗର୍ତ୍ତି, ସୁବାଷ ବଗର୍ତ୍ତି, ଝାଙ୍କର ପାର୍ଥବ ଭୋଇ, ୱାର୍ଡ ମେମ୍ବର ଲିଙ୍ଗରାଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।କମିଟି ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଅତିଥିମାନେ ଶ୍ରୀ ଗଣେଶଙ୍କ ମହିମା ବିଷୟରେ ବିସ୍ତୃତ ଭାବରେ ଉଦବୋଧନ ଦେଇଥିଲେ।
ଆଜି ୨୦ ତାରିଖ ସନ୍ଧ୍ୟାରେ ବାଜା ବଜାଇ, ନାଚଗୀତ ସହ ଉପର ବନ୍ଧରେ ବିସର୍ଜନ କରାଯାଇ ଭଷାଣି ଯାତ୍ରା ସମାପ୍ତ ହୋଇଛି।
What's Your Reaction?