ଅଜଣା ଟ୍ରକ ଧକ୍କା ରେ ବାଇକ ଆରୋହୀ ମୃତ,
ଅଜଣା ଟ୍ରକ ଧକ୍କା ରେ ବାଇକ ଆରୋହୀ ମୃତ,
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ନିକଟରେ ବାଇକ କୁ ଅଜଣା ଟ୍ରକ ଧକ୍କା ଦେଇଥିଲା। ଟ୍ରକ ଟି ଧକ୍କା ଦେବା ଫଳରେ ବାଇକ ଆରୋହୀ ଜଣକର ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ହେଲେ ଗୋଲାମୁଣ୍ଡା ଗ୍ରାମର ମାଧବ ମାଝୀ (୪୦) ବୋଲି ସୂଚନା ମିଲିଛି । ସୂଚନା ଥାଉ କି ମାଧବ ମାଝୀ ଗୋଲାମୁଣ୍ଡା ଥାନାରେ କୌଣସି କାମ ପାଇଁ ଯାଇ ନିଜ ଘର କୁ ଓଡି ୨୬ ୪୦୭୧ ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ଫେରୁଥିବା ସମୟରେ ବିଜୁ ଏକ୍ସପ୍ରେସ ୱେ ରେ ଧର୍ମଗଡ ପଟୁ ଆସୁଥିବା ଗୋଟିଏ ଅଜଣା ଟ୍ରକ୍ ବାଇକ ଚାଲକ ଉପରେ ଚଢି ଯାଇଥିଲା । ଟ୍ରକ ଟି ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।ଗୁରୁତର ବାଇକ ଆରୋହୀ ଙ୍କୁ ଅଗ୍ନିଶମ ବାହିନୀ ଗାଡି ଯୋଗେ ଗୋଲାମୁଣ୍ଡା ଡାକ୍ତରଖାନା କୁ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ। ଧର୍ମଗଡ ଡାକ୍ତରଖାନା ରେ ଡାକ୍ତର ବାଇକ ଚାଲକ ମାଧବ ମାଝୀ ଙ୍କୁ ମୃତ ଘୋଷଣା କରିଥିଲେ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?