ଚପ୍ରିଆ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରକ୍ତଦାନ ଶିବିର
ଚପ୍ରିଆ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରକ୍ତଦାନ ଶିବିର
୨୦୬ ୟୁନିଟ ରକ୍ତ ସଂଗ୍ରହ,
ଗୋଲାମୁଣ୍ଡା ତା ୨୦/୦୯(ଶୁଭମ ବାର୍ତ୍ତା)ଭାରତୀୟ ଜନତା ପାର୍ଟି ଗୋଲାମୁଣ୍ଡା ବ୍ଲକ ପକ୍ଷ ରୁ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସେବା ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ସମ୍ମାନୀତ ଅତିଥି ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର,ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ପ୍ରଥମେ ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ରକ୍ତ ଦାନ କରିଥିଲେ । ସଂଧ୍ୟା ସମୟରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଯୋଗ ଦେଇ ରକ୍ତ ଦାତା ଓ ସହଯୋଗୀ ମାନଂକୁ ଉତ୍ସାହିତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଶିବିରରେ ସର୍ବମୋଟ ୨୦୬ ଜଣ ବ୍ୟକ୍ତି ରକ୍ତଦାନ କରି ୨୦୬ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା । ଏହି ଶିବିରରେ ଜନ କଲ୍ୟାଣ ସାମ୍ବାଦିକ ସଂଘର ସହ ସମ୍ପାଦକ ବ୍ରହ୍ମା ପ୍ରସାଦ କାଣ୍ଡ,ବିଶିକେଶନ ଜ୍ୟୋତିଷ, କୃଷ୍ଣ ମହାନନ୍ଦ, ଚନ୍ଦ୍ରଧ୍ବଜ କେତକୀ,ଭୁଜରାଜ ସାହୁ ୫ ଜଣ ସାମ୍ବାଦିକ ମଧ୍ୟ ରକ୍ତ ଦାନ କରିଥିଲେ l ଏଥିରେ ଡାକ୍ତର ଅରବିନ୍ଦ ଦାସ, ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, କେଗାଁ ମଣ୍ଡଳ ସଭାପତି ଜୟ କୃଷ୍ଣ ସାହୁ,ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ରକ୍ତ ଦାନ ଶିବିର ସଂଯୋଜକ ଶ୍ୟାମ ସୁନ୍ଦର ଅଗ୍ରୱାଲ ତଥା ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?