ନର୍ଲାର ଯୁବ ନେତା ଯୋଶୋବନ୍ତ ପୂଝାରୀ ଙ୍କ ଅକାଳ ବିୟୋଗ, ନର୍ଲା ରେ ଶୋକ ର ଛାୟା ,

Nov 2, 2025 - 21:49
Nov 4, 2025 - 20:00
 0  32
ନର୍ଲାର ଯୁବ ନେତା ଯୋଶୋବନ୍ତ ପୂଝାରୀ ଙ୍କ ଅକାଳ ବିୟୋଗ, ନର୍ଲା ରେ ଶୋକ ର ଛାୟା  ,

ନର୍ଲାର ଯୁବ ନେତା ଯୋଶୋବନ୍ତ ପୂଝାରୀ ଙ୍କ ଅକାଳ ବିୟୋଗ, ନର୍ଲା ରେ ଶୋକ ର ଛାୟା   

 ନର୍ଲା ଶୁଭମ ବାର୍ତ୍ତା :- ନର୍ଲା ବ୍ଲକର ଲୋକ ପ୍ରିୟ ଯୁବ ନେତା ଯଶୋବନ୍ତ ପୁଝାରୀ ଙ୍କ ମାତ୍ର ୪୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଛାତ୍ର ଜୀବନ ରୁ ହିଁ ସେ ଜଣେ ମେଧାବୀ ଛାତ୍ର ଥିଲେ। ମାଟ୍ରିକ ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରି ପାସ୍ କରିଥିଲେ। ଚାକିରି ର ସୁଯୋଗ ପାଇ ମଧ୍ୟ ଚାକିରି ନ କରି ସମାଜ୍ ସେବା ରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ମଧ୍ୟ ଅସଫଳ ହୋଇ ସମାଜ ସେବାରେ ନିଜକୁ ନିୟୋଜିତ ଥିଲେ,  ବଡ଼ ଭାଇ ସୁମନ୍ତ ପୁଝାରୀ ଅନେକ ବଡ଼ ବଡ଼ ମେଡ଼ିକାଲ ରେ ତାଙ୍କର ଚିକିତ୍ସା କରାଇ ମଧ୍ୟ ହାରି ଗଲେ,ଆଜି ଦିନ ୧୦ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ନିଜର ସ୍ତ୍ରୀ ଓ ଏକ ମାତ୍ର ଦିବ୍ୟାଙ୍ଗ ପୁଅ କୁ ଛାଡି ଚାଲି ଯାଇଛନ୍ତି ଅଫେରା ରାଇଜ କୁ । ତାଙ୍କ ମୃତ୍ୟୁ ରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମସ୍ତ ରାଜନୈତିକ ଦଳ ର କର୍ମକର୍ତ୍ତା, ସାମ୍ବାଦିକ , ସମାଜ୍ ସେବୀ ଗଭୀର ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମା ର ସଦ୍ ଗତି କାମନା କରିଛନ୍ତି। ସମସ୍ତ ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥି ତାଙ୍କ ଶବ କୁ ନିକଟସ୍ଥ ଗାଡିଆ ଜୋର୍ ନଈ କୁ ନେଇ ଅନ୍ତିମ ସଂସ୍କାର କରିଥିବା ବେଳେ ବଡ଼ ଭାଇ ସୁମନ୍ତ ପୁଝାରୀ ସାନ ଭାଇ ର ମୁଣ୍ଡ ପଟେ ଅଗ୍ନି ସଂଯୋଗ କରି ଏହି ଜୀବନର ଅନ୍ତିମ ବିଦାୟ ଦେଇଥିଲେ। 

  ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow