୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ଶ୍ରମିକଙ୍କ ମୃତ୍ୟୁ ।
୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ଶ୍ରମିକଙ୍କ ମୃତ୍ୟୁ ।
ଶୁଭମ ବାର୍ତ୍ତା,ଗୋଲାମୁଣ୍ଡା - ୩୧/୧୦କଳାହାଣ୍ଡି ଜିଲ୍ଲା କେଗାଁ ଠାରେ ଆଜି ନିର୍ମାଣଧୀନ ଘରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କେଗାଁ ର ଅଶୋକ ଅଗ୍ରୱାଲ ନୂଆଁଘର ନିର୍ମାଣ କରୁଛନ୍ତି । ସେହି ନିର୍ମାଣଧୀନ ଘରେ ଆଜି ଶ୍ରମିକ ଭାବେ ପୀତବାସ ପୁଟେଲଙ୍କ ସ୍ତ୍ରୀ ଲବଣି ପୁଟେଲ କାମ କରୁଥିଲେ । ଛାତ ଉପରେ କାମ କରୁଥିବା ସମୟରେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ଚପରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡାକ୍ତର ଲବଣିଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ମୃତକର ପୁତୁରା କ୍ଷୀରୋଦ କୁମାର ପୁଟେଲ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି କେଗାଁ ପୁଲିସ କେଶ ନଂ ୧୧/୨୫ରେ ଏକ ମାମଲା ରୁଜୁକରି ଚପରିଆ ଚିକିତ୍ସାଲୟକୁ ଯାଇ ଶବଟିକୁ ଜବତ କରିଛି । ଆସନ୍ତାକାଲି ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି ଆଇ ଆଇ ସି ମକୁନ୍ଦ ଦେବ ନାଏକ ସୂଚନା ଦେଇଛନ୍ତି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?