ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ ବଳଦ ମୃତ ।

Jun 15, 2025 - 17:05
 0  18
ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ ବଳଦ ମୃତ ।

ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ ବଳଦ ମୃତ ।

ଶୁଭମ ବାର୍ତ୍ତା :- ଗୋଳାମୁଣ୍ଡା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହଲ ଗ୍ରାମପଞ୍ଚାୟତ ବିଶିପଡା ଗ୍ରାମରେ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଦୁଇ ବଳଦର ମୃତ୍ୟୁ ଘଟିଛି । ସୂଚନାମତେ ଉକ୍ତ ବଳଦ ଟି ବିଶିପଡା ଗ୍ରାମର ସୁଶାନ୍ତ ବିଶି ଓ ରାଧାକାନ୍ତ ବିଶି ର ଦୁଇ ଗୋଟି ବଳଦ ବୋଳି ଜଣାପଡିଛି । ଗ୍ରାମବାସୀ ଦୀର୍ଘ ଦିନ ହେଲା ମୁକୁଳା ଟ୍ରାନ୍ସଫର୍ମର ବିଷୟରେ ବିଦ୍ୟୁତ ବିଭାଗ କୁ ଜଣାଇଥିଲେ ମଧ୍ୟ ଉକ୍ତ ମୁକୁଲା ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ଗାଁ କୁ ପ୍ରବେଶ କରିବା ବାଟରେ ରାସ୍ତା କଡ଼ରେ ବିପଦ ସଂକୁଳ ଭାବରେ ରହିଅଛି । ଦୈନନ୍ଦିନ ଅନେକ ଲୋକ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବା ରେ ମଧ୍ୟ ନିଜକୁ ସୁରକ୍ଷିତ ମାନୁନାହଁନ୍ତି । ଅନ୍ୟପଟେ ସେହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଯିବା ଆସିବା କଅରିଥାନ୍ତି । ଜାହାରିଫଳରେ ଅନେକଥର ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗ କୁ ଜଣାଇଥିଲେ ହେଁ କୌଣସି ପ୍ରତିକାର ହାତକୁ ବିଭାଗ ନେଇନଥିବା ଦେଖିବାକୁ ମିଳିଛି । ଜାହାରିଫଳରେ ଆଜି ଦୁଇ ନୀରିହ ବଳଦ ଙ୍କ ମୃତ୍ୟୁ ହୋଇଛି । ଏ ବିଷୟରେ ଦାୟିତ୍ୱ ରେ ଥିବା ଯନ୍ତ୍ରୀ ବିକାଶ ଖମାରି ଙ୍କୁ ପଚାରିଲେ ଆମକୁ ଏ ବିଷୟରେ କିଛିବି ସୂଚନା ଆସିନାହିଁ ବୋଲି କହିଥିଲେ । ଏ ପଟେ ଦୀର୍ଘ ଚାରି ରୁ ପାଞ୍ଚବର୍ଷ ହବ ବିଭାଗିଅ ଅଧିକାରୀଙ୍କୁ କହି କହି ଥକି ଗଲୁଣି ହେଲେ କେହିବି କର୍ଣ୍ଣ ପାତ କରୁନାହାନ୍ତି ବୋଲ ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ ପାଇଛି । ତୁରନ୍ତ ବଳଦ ମାଲିକ ଙ୍କୁ କ୍ଷତିପୂରଣ ଦେବା ଓ ମୁକୁଳା ପଡିଥିବା ଟ୍ରାନ୍ସଫର୍ମର ରେ କାନ୍ଥ ବାଡ଼ ଦେବା ପାଇଁ ଦାବୀ ହେଉଛି ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow