ୟୁରିଆ ସାର ବିକ୍ରି ଘଟଣା ବ୍ଲକ କୃଷି ଅଧିକାରୀଙ୍କ ତାଗିଦକୁ ଖାତିର କରୁନାହାନ୍ତି ତାରିଣୀ ଟ୍ରେଡ଼ର୍ସ । ତାଗିଦ ପରେ ବି ପୁଣି ବିକ୍ରି ହେଉଛି ୫୦୦ ଟଙ୍କାରେ ୟୁରିଆ ବସ୍ତା ।
ୟୁରିଆ ସାର ବିକ୍ରି ଘଟଣା
ବ୍ଲକ କୃଷି ଅଧିକାରୀଙ୍କ ତାଗିଦକୁ ଖାତିର କରୁନାହାନ୍ତି ତାରିଣୀ ଟ୍ରେଡ଼ର୍ସ ।
ତାଗିଦ ପରେ ବି ପୁଣି ବିକ୍ରି ହେଉଛି ୫୦୦ ଟଙ୍କାରେ ୟୁରିଆ ବସ୍ତା ।
ବ୍ଲକ ସାର ହୋଲସେଲର ଛୋଟ ଡିଲର ମାନଙ୍କୁ କମ ଦେଇ ନିଜର ତାରିଣୀ ଟ୍ରେଡ଼ର୍ସ ରେ ଚଢ଼ା ଦରରେ ବିକୁଛନ୍ତି ସାର ।
ଗୋଲାମୁଣ୍ଡା ୦୬/୦୯(ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନୀ ଠାରେ ପୁଣି ବିକ୍ରି ହେଉଛି ୫୦୦ ଟଙ୍କାରେ ୟୁରିଆ ବସ୍ତା । ଗତକାଲି ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ ପହଞ୍ଚି ତାରିଣୀ ଟ୍ରେଡ଼ର୍ସ ରାସାୟନିକ ସାର ଦୋକାନ ମାଲିକ ମୁରଲୀଧର ମେହେରଙ୍କୁ ସରକାରୀ ଧାର୍ଯ୍ୟ ଦରରେ ବିକ୍ରି କରିବାକୁ ବାରମ୍ବାର ତାଗିଦ କରିଥିଲେ। କୃଷି ଅଧିକାରୀ ଫେରିଲା ପରେ ମଧ୍ୟ ସରକାରୀ ଧାର୍ଯ୍ୟ ହିସାବରେ ୨୬୬ ଟଙ୍କା ରେ ନଦେଇ ଜଣେ ଦୁଇ ଜଣଙ୍କୁ ୩୦୦ ଟଙ୍କାରେ ୟୁରିଆ ବସ୍ତା ଦେଲେ । କିଛି ସମୟ ବିତିବା ପରେ ପୁଣି ୫୦୦ ଟଙ୍କାରେ ସାର ବିକ୍ରି କରିଥିବା ଚାଷୀମହଲରେ ପ୍ରକାଶ ପାଇଛି। ବ୍ଲକ କୃଷି ଅଧିକାରୀଙ୍କ ସମ୍ମୁଖରେ ସରକାରୀ ଧାର୍ଯ୍ୟ ମୁତାବକ ବିକ୍ରିକରିବାକୁ ମାନିଥିଲେ। ପରେ କୃଷି ଅଧିକାରୀଙ୍କ କଥାକୁ ଏଡାଇ ଦେଇ ଚଢା ଦରରେ ବିକ୍ରିକରି ଚାଷୀଙ୍କୁ ଶୋଷଣ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏପଟେ ବ୍ଲକ ରାସାୟନିକ ସାର ହୋଲସେଲର ଘନଶ୍ୟାମ ମେହେର ଛୋଟ ଡିଲର ମାନଙ୍କୁ କମ କମ ଦେଇ ସମସ୍ତ ୟୁରିଆ ସାରକୁ ନିଜର ତାରିଣୀ ଟ୍ରେଡ଼ର୍ସ ଦୋକାନରେ ଚଢା ଦରରେ ବିକି ମାଲାମାଲ ହୋଇଥିବା ଚାଷୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏ ସମ୍ପର୍କରେ କୃଷି ଅଧିକାରୀ ଶ୍ରୀ ନାଗ ଙ୍କୁ ପଚାରିବାରୁ ବାରମ୍ବାର ତାଗିତ ସତ୍ୱେ ଚଢା ଦରରେ ବିକ୍ରି କରୁଥିବାରୁ ତାରିଣୀ ଟ୍ରେଡ଼ର୍ସ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?