ଶହ ଶହ ଗୋରୁ ଚାଲାଣ ପ୍ରଶାସନ ନିରବ,
ଶହ ଶହ ଗୋରୁ ଚାଲାଣ ପ୍ରଶାସନ ନିରବ,
ଗୋଲାମୁଣ୍ଡା, ୨୩। ୦୭(ଶୁଭମ ବାର୍ତ୍ତା):- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଗାଁ ଗାଁରେ ଗୋରୁ ମାଫିଆ ମାନେ ବର୍ତ୍ତମାନ ସକ୍ରିୟ । ଏହି ଗୋରୁ ମାଫିଆ ମାନେ ଗ୍ରାମ ଗୁଡିକରେ ବସବାସ କରୁଥିବା ନିରୀହ ଲୋକଙ୍କ ଗାଇ ଗୋରୁ କମ ଦାମରେ କିଣି ବଜାର ବଜାର ପହଞ୍ଚାଇ ଅନ୍ୟ ସ୍ଥାନ ଓ ଅନ୍ୟ ରାଜ୍ୟ ଗୁଡିକୁ ଚାଲାଣ କରି ଅଧିକ ଲାଭବାନ ହେଉଛନ୍ତି ଗୋ ମାଫିଆ । ଦିବାଲୋକରେ ଟ୍ରକରେ ପରିବା ଓ ସାମଗ୍ରୀ ବୋଝେଇ କଲାଭଳି ଗୋରୁ ମାନଙ୍କୁ ଅତ୍ୟନ୍ତ ଦୟନୀୟ ଭାବେ ଚାଲାଣ କରାଯାଉଛି । କିନ୍ତୁ ପ୍ରଶାସନ ପକ୍ଷରୁ କୋଣସି ପଦକ୍ଷେପ ଗ୍ରହଣ କରାନଯିବା ଚିନ୍ତାର କାରଣ ହେଇଛି । ପୋଲିସ ଓ ପ୍ରଶାସନ ନଜର ହଟାଇବା ପାଇଁ ବ୍ୟବସାୟୀ ମାନେ ଗାଁ ଗାଁରୁ ଗୋରୁ ସଂଗ୍ରହ କରିବା ପରେ ପାଦରେ ଚଲାଇ ଚଲାଇ ହାଟକୁ ନେବାପରେ ସେଠାରେ ଗାଡ଼ିରେ ବୋଝେଇ କରି ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି । ଅତ୍ୟନ୍ତ ଅମାନବୀୟ ଭାବେ ଏହି କାର୍ଯ୍ୟକଳାପ ଦୀର୍ଘ ଦିନ ହେବ ଚାଲିଥିଲେ ମଧ୍ୟ ପ୍ରଶାସନ ଓ ପୋଲିସ ର ନିରବତା ଯୋଗୁଁ ସାଧାରଣରେ ସନ୍ଦେହ ପ୍ରଘଟ ହୋଇଛି । ଏଠି ପଶୁ ସୁରକ୍ଷା ଆଇନର ଖୋଲା ଉଲ୍ଲଘଂନ କରାଯାଇ ଗୋରୁ ଚାଲାଣ ହେଉଥିଲେ ବି ପୋଲିସ ପ୍ରଶାସନ ନିରବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକର ଅନେକ ଗ୍ରାମର ଗାଁ ଗାଁରୁ ଗୋରୁ ଦଲାଲ ମାନେ ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଶହ ଶହ ଗୋରୁ କିଣି ଗୋରୁ ମାନଙ୍କୁ ପାଦରେ ଚଲାଇ ଚଲାଇ ଧର୍ମଗଡ଼ ବଜାର ନେଇ ସେଠାରେ ଅମାନୁଷିକ ଭାବରେ ଟ୍ରକ ଗାଡି ଗୁଡିକରେ ବୋଝାଇ ବାହାରକୁ ଚାଲାଣ କରୁଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋରୁ ଚାଲାଣ କୁ ରୋକା ନଗଲେ ଆଗାମୀ ଦିନରେ ବିଭିନ୍ନ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଆଲୋଚନାରୁ ଜଣା ପଡିଛି ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?