ପ୍ରତିଷ୍ଠିତ ବନାରସ ସାହିତ୍ୟ ମହୋତ୍ସବରେ ୟସ୍ମିନ୍ ମେହେରଙ୍କ ପୁସ୍ତକ ଉନ୍ମୋଚିତ,

Feb 3, 2026 - 21:51
 0  40
ପ୍ରତିଷ୍ଠିତ ବନାରସ ସାହିତ୍ୟ ମହୋତ୍ସବରେ ୟସ୍ମିନ୍ ମେହେରଙ୍କ ପୁସ୍ତକ ଉନ୍ମୋଚିତ,

ପ୍ରତିଷ୍ଠିତ ବନାରସ ସାହିତ୍ୟ ମହୋତ୍ସବରେ ୟସ୍ମିନ୍ ମେହେରଙ୍କ ପୁସ୍ତକ ଉନ୍ମୋଚିତ

ଗୋଲାମୁଣ୍ଡା୦୩/୦୨(ଶୁଭମବାର୍ତ୍ତା_ଉପେନ୍ଦ୍ର ବଗର୍ତ୍ତି)ଉତ୍ତରପ୍ରଦେଶର ସାଂସ୍କୃତିକ ରାଜଧାନୀ ବାରାଣସୀଠାରେ ଆୟୋଜିତ ପ୍ରତିଷ୍ଠିତ 'ବନାରସ ଲିଟରେଚର ଫେଷ୍ଟିଭାଲ' (BLF) ର ଚତୁର୍ଥ ସଂସ୍କରଣରେ ଓଡ଼ିଶାର ଜଣେ ଉଦୀୟମାନ ପ୍ରତିଭା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରର କୃତୀ ସନ୍ତାନ ୟସ୍ମିନ୍  ମେହେରଙ୍କ ଦ୍ୱାରା ଲିଖିତ ପୁସ୍ତକ 'The Midwife's Cradle Was Empty' ଆଜି ଏହି ମହୋତ୍ସବରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।

ଅତି ଅଳ୍ପ ବୟସରୁ ଲେଖାଲେଖି ପ୍ରତି ରୁଚି ରଖିଥିବା ୟସ୍ମିନ୍ ମେହେରଙ୍କର ଏହା ହେଉଛି ଚତୁର୍ଥ ପୁସ୍ତକ। ବନାରସ ସାହିତ୍ୟ ମହୋତ୍ସବ ପରି ଏକ ବଡ଼ ମଞ୍ଚରେ ତାଙ୍କର ଏହି କୃତି ଲୋକାର୍ପିତ ହେବା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ୟସ୍ମିନ୍ ଙ୍କ ସୃନଶୀଳତା ଓ ସାହିତ୍ୟ ପ୍ରତି ତାଙ୍କର ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ।

ନିଜର ଅନୁଭୂତି ବାଣ୍ଟି ୟସ୍ମିନ୍  କହିଛନ୍ତି, "ମୁଁ କେବଳ ଲେଖି ଚାଲେ ଏବଂ ଧୀରେ ଧୀରେ ଶବ୍ଦଗୁଡ଼ିକ ଯାଦୁ ପରି ଗଳ୍ପର ରୂପ ନିଅନ୍ତି। ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି କାରଣ ମୋ ବାପା-ମାଆ ମୋତେ ସବୁବେଳେ ଉତ୍ସାହିତ କରିଆସିଛନ୍ତି।"

ଏହି ସଫଳତା ପାଇଁ ଓଡ଼ିଶାର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ନିଜର ଜନ୍ମମାଟି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲିମସେର ହେଇଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱରରେ ରହି ଅଧ୍ୟୟନ କରୁଛନ୍ତି। ଝିଅର ଏଭଳି ବଡ଼ ସଫଳତା ଆଗାମୀ ପିଢ଼ିର ଲେଖକ ଓ ଲେଖିକାଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିବ ବୋଲି  ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି ।

What's Your Reaction?

like

dislike

love

funny

angry

sad

wow