ମାଁ ଶ୍ରୀଫୁଲେନ ସାର୍କିଲ ଟୁର୍ନାମେଣ୍ଟ ଉଦଯାପିତ,
ମାଁ ଶ୍ରୀଫୁଲେନ ସାର୍କିଲ ଟୁର୍ନାମେଣ୍ଟ ଉଦଯାପିତ,
ଗୋଲାମୁଣ୍ଡା,୦୩। ୦୨( ଶୁଭମ ବାର୍ତ୍ତା_ଉପେନ୍ଦ୍ର ବଗର୍ତ୍ତି )କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆଗାଁ ପଞ୍ଚାୟତ ଯୁବାପଦର ଡେମ ପଡିଆ ଠାରେ ମାଁ ଶ୍ରୀଫୁଲେନ ସାର୍କିଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟ ୧୬ ଗୋଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ବେଳେ ଶେଷ ଫାଇନାଲ ମେଚ ବରମୁଣ୍ଡା ଓ ଲାଞ୍ଜି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲାଞ୍ଜି ଦଳ ପ୍ରଥମେ ବେଟିଙ୍ଗ କରି ୮ ଓଭରରେ ୧୨୪ ରନ କରିଥିବା ବେଳେ ବରମୁଣ୍ଡ ଦଳ ନିର୍ଦ୍ଧାରିତ ୮ ଓଭରରେ ୪ ଉଇକେଟ ୮୦ କରିଥିଲା । ଫାଇନାଲ ମେଚରେ ଲାଞ୍ଜି ଦଳ ୪୪ ରନରେ ବିଜୟ ହୋଇଥିଲେ । ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଦୁଷ୍ମନ୍ତ କୁମାର ଭୋଇ ଯୋଗ ଦେଇ ଥିବା ବେଳେ ବରିଷ୍ଠ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଶ୍ରୀ ଶ୍ୟାମ ସୁନ୍ଦର ଛତ୍ରିଆ,ସମ୍ବାଦିକ ଶ୍ରୀ ବିଶିକେଶନ ଜ୍ୟୋତିଷ,ଶିକ୍ଷକ ଶ୍ରୀ ରମେଶ ବନ୍ଦୀଛୋଡ,ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ଭିପି ହଂସ, ଶ୍ରୀ କୁରୁକ୍ଷେତ୍ର ବନ୍ଦୀଛୋଡ, ଶ୍ରୀ ଶଶୀଧର ମଙ୍ଗରାଜ, ଶ୍ରୀ ରମେଶ ନାଏକ, ଶ୍ରୀ ମଧୁସୂଦନ ବାଗ, ଶ୍ରୀ ରୋମାଞ୍ଚଳ ବାଗ, ଶ୍ରୀ ଭୁବନେ ବେମାଲ, ଶ୍ରୀ ଜଗନ୍ନାଥ କାଣ୍ଡ, ଶ୍ରୀ ବୈଷ୍ଣବ ବାଗ,ଶ୍ରୀ କୈଳାସ ଚନ୍ଦ୍ର ବନ୍ଦୀଛୋଡ, ଶ୍ରୀ ପ୍ରଶାନ୍ତ ପ୍ରଧାନ,ଶ୍ରୀ କିସାନ ଚନ୍ଦନ, ଶ୍ରୀ ବିରଞ୍ଚି ବାଗ ଓ ଶ୍ରୀ କୁବେର ହରିଜନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଜୟ ଲାଞ୍ଜି ଦଳ ଓ ପରାଜୟ ବରମୁଣ୍ଡ ଦଳକୁ ସମ୍ମାନିତ ଅତିଥି ଓ ବରିଷ୍ଠ ଅତିଥି ଟ୍ରଫି ପ୍ରଦାନ କରି ଉଭୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଅମ୍ପେୟାର ଭାବରେ ଶ୍ରୀ କୁନାଲ ନାଏକ ଓ ମଣ୍ଟୁ ଚଲାନ ଖେଳ ପରିଚାଳନା କରିଥିବା ବେଳେ ଶ୍ରୀ ବିରଞ୍ଚି ବାଗ ଓ ମୁକେଶ ପ୍ରଧାନ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଯୁବପଦର କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
What's Your Reaction?