୧୮ ତମ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା ସହ ଅଧିବାସ,

Dec 3, 2025 - 18:16
 0  94
୧୮ ତମ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ  କଳସ ଯାତ୍ରା ସହ ଅଧିବାସ,

୧୮ ତମ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା ସହ ଅଧିବାସ 

ଗୋଲାମୁଣ୍ଡା, ୩ ।୧୨ ( ଶୁଭମ ବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତ ଅଧୀନ ଡୁଡୁକେଲ ଗ୍ରାମରେ ମାଁ ମହାଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ କଳସ ଯାତ୍ରା ଏବଂ ଅଧିବାସ ଅନୁଷ୍ଠିତ ହୋଇଯାଇଛି। ମାଁ ମହାଲକ୍ଷ୍ମୀ ପୂଜା ଗ୍ରାମବାସୀ ଙ୍କ ସ‌ହଯୋଗରେ ମାର୍ଗଶିର ମାସର ଶେଷ ଗୁରୁବାର ଦିନରୁ ପୂଜା ଆରମ୍ଭ ହୋଇ ରବିବାର ଦିନ ବିସଜନ ଓ ଭସାଣୀ ଯାତ୍ରା ସମାପ୍ତ ହେବ। ଚଳିତବର୍ଷ ୧୮ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି। ପୂଜକ ଭାବେ ପିତାମ୍ବର ପଣ୍ଡା ଓ ସାଥୀ ମାନେ ନିୟୋଜିତ ହୋଇଥିବା ବେଳେ କର୍ତ୍ତା ଭାବେ ଯୋଗୀ ବଗର୍ତ୍ତି ଏବଂ ତାଙ୍କ ଧର୍ମପତ୍ନୀ ରାଏମତି ବଗର୍ତ୍ତି କାର୍ଯ୍ୟ ସମ୍ପାଦନ କରିବେ। ପ୍ରତ୍ୟେକ ରାତ୍ରି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଗ୍ରାମବାସୀ ପକ୍ଷରୁ ସୂଚନା ଦିଆଯାଇଛି।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow