ନର୍ଲା ରେ ଗଠନ ହେଲା' ବିକାଶମଞ୍ଚ ନର୍ଲା ' ନାମରେ ଏକ ନୂଆଁ ଅଣ ରାଜନୈତିକ ସଂଗଠନ,

Aug 16, 2025 - 09:43
 0  341
ନର୍ଲା ରେ ଗଠନ ହେଲା' ବିକାଶମଞ୍ଚ ନର୍ଲା ' ନାମରେ ଏକ ନୂଆଁ ଅଣ ରାଜନୈତିକ ସଂଗଠନ,

ନର୍ଲା ରେ ଗଠନ ହେଲା' ବିକାଶମଞ୍ଚ ନର୍ଲା ' ନାମରେ ଏକ ନୂଆଁ ଅଣ ରାଜନୈତିକ ସଂଗଠନ,

ଶୁଭମ ବାର୍ତ୍ତା :- ଦେଶ ସ୍ବାଧୀନ ହୋଇ ୭୯ ବର୍ଷ ହେଲା କିନ୍ତୁ ନର୍ଲା ଅଞ୍ଚଳ ରେ ସେମିତି କିଛି ଆଖି ଦୂର୍ଶୀୟା ବିକାଶ ହୋଇ ନାହିଁ, ମେଡିକାଲ୍ ଅଛି କିନ୍ତୁ ଆବଶ୍ୟକୀୟ ଡାକ୍ତର ନାହାନ୍ତି, ଉଚ୍ଚ ଶିକ୍ଷ୍ୟା ପାଇଁ ଅନ୍ୟ ସ୍ଥାନକୁ ଯିବାକୁ ପଡୁଛି , ରାସ୍ତା ଘାଟ ତ ନ କହିବା ଭଲ । ସହର ର ମୁଖ୍ୟ ରାସ୍ତା ପାଇଁ ଟେଣ୍ଡର ହୋଇ ଦୁଇବର୍ଷ ହେଲା କାମ ଆରମ୍ଭ ହୋଇ ନାହିଁ। ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରେ କୋର୍ଟ ସ୍ଥାପନ ହୋଇ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ଏହି ବ୍ଲକ୍ ରେ ତାହା ହୋଇପାରି ନାହିଁ।ସରକାରୀ ଉଦାସୀନତା ହେଉ ଅବା ସ୍ଥାନୀୟ ରାଜନେତା ଙ୍କ ଇଚ୍ଛାଶକ୍ତି ର ଅଭାବ୍ ହେଉ ନର୍ଲା ସହର ବିକାଶ୍ ଠାରୁ ବହୁ ଦୂର ରେ ଥିବା ଅନୁଭବ କରି ,କିଛି ବୁଦ୍ଧିଜୀବୀ, ରାଜନେତା, ଆଇନ୍ ଜିବୀ, ଶିଳ୍ପପତି ଅବସର ପ୍ରାପ୍ତ ଶିକ୍ଷକ, ଅବସରପ୍ରାପ୍ତ ସେନା କର୍ମଚାରୀ, ବ୍ୟାପରି,ଓ ସାମ୍ବାଦିକ ମିଶି ଏକ ନୂତନ ଅଣ ରାଜନୈତିକ ସଂଗଠନ ଗଠନ କରିଛନ୍ତି। ଗତ କାଲି ସ୍ବାଧିନତା ଦିବସ ଓ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ଭଳି ଶୁଭ ଦିନରେ ନର୍ଲା ରୋଡ ର ଦିଶା ହୋଟେଲ୍ ଏହି ସଂଗଠନ ଗଠନ ହୋଇଛି ' ବିକାଶମଞ୍ଚ ନର୍ଲା ' ନାମରେ ତାର ନାମ ରଖି ସର୍ବ ସମ୍ମତି କ୍ରମେ ସଭାପତି ଓ ବିଭିନ୍ନ ପଦ ପଦବୀ ପାଇଁ ଉପଯୁକ୍ତ ପାତ୍ର ଙ୍କୁ ମନୋନୀତ୍ କରି ଦାୟିତ୍ୱ ଦିଆଯାଇଛି। ପ୍ରଥମେ ପରୀକ୍ଷା ମୂଳକ ଭାବେ ନର୍ଲା , ସର୍ଗିଗୁଡ଼ା ଓ ମାଣ୍ଡେଲ୍ ପଞ୍ଚାୟତ ର ଲୋକ ଙ୍କୁ ନେଇ ଏହି ସଂଘଠନ କାମ କରିବାକୁ ନିଷ୍ପତି ନେଇଥିବା ବେଳେ ଆଗାମୀ ଦିନରେ ବ୍ଲକ୍ ର ଅନ୍ୟ ପଞ୍ଚାୟତ କୁ ମଧ୍ୟ ସାମିଲ୍ କରିବା ର ଲକ୍ଷ୍ୟ ଅଛି।ସଭାପତି ଭାବେ ପ୍ରଦୀପ୍ କୁମାର୍ ନାଏକ୍ ମୋନୋନିତ ହୋଇଥିବା ବେଳେ ଚିରଞ୍ଜିବୀ ଗୌଡିଆ ସାଧାରଣ ସମ୍ପାଦକ, ଉପସଭାପତି ଭାବେ ଜଗନ୍ନାଥ ସାହୁ, ଦର୍ପ ଦଳନ ସେନାପତି ଓ ବିମଲ୍ କେଡିଆ ମନୋନୀତ ହୋଇଛନ୍ତି। ସହ ସମ୍ପାଦକ ଭାବେ ଯୁବନେତା ଦିପୁ ପାତ୍ର ଓ କୋଶାଧକ୍ଷ ଭାବେ ଆଇନଜୀବୀ ଡୋଲେଶ୍ୱର୍ ସାହୁ ଙ୍କୁ ଦାୟିତ୍ଵ ଦେଇ ଥିବା ବେଳେ ୧୧ଜଣିଆ ସଦସ୍ୟ ଓ ୧୩ ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି।ଆଗାମୀ ଦିନରେ ନର୍ଲା ଅଞ୍ଚଳ ର ବିକାଶ୍ ପାଇଁ ଆଗେଇ ଆସିବେ ବୋଲି ମତ ରଖିଛନ୍ତି ସଂଗଠନ ର ସଭାପତି।,

     ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow