ଗାଡି ଧକ୍କା ରେ ବାଇକ ଆରୋହୀଙ୍କ ମୃତ୍ୟୁ, ନ୍ୟାୟ ପାଇଁ ଶବ ରଖି ରାସ୍ତା ଅବରୋଧ କଲେ ପରିବାର ସହ ଯାଦବ ସମାଜ କର୍ମକର୍ତ୍ତା ।

Dec 6, 2025 - 07:57
 0  249
ଗାଡି ଧକ୍କା ରେ ବାଇକ ଆରୋହୀଙ୍କ ମୃତ୍ୟୁ,  ନ୍ୟାୟ ପାଇଁ ଶବ ରଖି ରାସ୍ତା ଅବରୋଧ କଲେ ପରିବାର ସହ ଯାଦବ ସମାଜ କର୍ମକର୍ତ୍ତା ।

ଗାଡି ଧକ୍କା ରେ ବାଇକ ଆରୋହୀଙ୍କ ମୃତ୍ୟୁ,

 ନ୍ୟାୟ ପାଇଁ ଶବ ରଖି ରାସ୍ତା ଅବରୋଧ କଲେ ପରିବାର ସହ ଯାଦବ ସମାଜ କର୍ମକର୍ତ୍ତା ।

ଗୋଲାମୁଣ୍ଡା ୫|୧୨ (ଶୁଭମ ବାର୍ତ୍ତା) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଆମଗୁଡା ନିକଟରେ ଅଜଣା ଗାଡି ଧକ୍କା ରେ ଜଣେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ବ୍ୟକ୍ତି ଜଣକ ହେଲେ ଗୋଲାମୁଣ୍ଡା ଥାନା ବାହାଦୁରପଡା ର ଲାଲୁ ବଗର୍ତି ଙ୍କ ପୁଅ ଭୋଳା ବଗର୍ତି। ପରିବାର ଲୋକେ କ୍ଷତିପୂରଣ ଦାବୀ ନେଇ ରାସ୍ତା ଅବରୋଧ କରିଥିଲେ।ସ୍ଥାନିୟ ଲୋକଙ୍କ ସୂଚନା ଅନୁସାରେ ଓଆର ୦୮ ଜି ୬୫୬୪ ନମ୍ବର ବିଶିଷ୍ଟ ବାଇକ ଯୋଗେ ଭୋଳା ବିଜୁ ଏକ୍ସପ୍ରେସ ୱେ ରେ ନିଜ ଗାଁ କୁ ଯାଉଥିବା ବେଳେ ଏକ ଅଜଣା ଗାଡି ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ରେ ଭୋଳା ବାଇକ ରୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟିଥିବା ଦେଖି ଧର୍ମଗଡ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଯୋଗାଯୋଗ କରିଥିଲେ। ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଭୋଳା ଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକେ ଗୋଲାମୁଣ୍ଡା ଥାନାରେ ଏତଲା ଦେଲା ପରେ ଅଭିଯୋଗ କୁ ଭିତ୍ତିକରି ପୋଲିସ ଥାନା କେଶ ନମ୍ବର ୨୦୦/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ପରିବାର ଲୋକ ଙ୍କ ସହିତ ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଶ୍ରୀଯୁକ୍ତ ଗିରିଧାରୀ ତେଜି , ନକଟିକାନି ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ କେଶବ ମାଝୀ , ନକଟିକାନି ନାଏବ ସରପଞ୍ଚ ଶ୍ରୀଯୁକ୍ତ ମହେନ୍ଦ୍ର ନାଗ ,ଯୁବ ଯାଦବ ରାଜେଶ ବଗର୍ତ୍ତି ନ୍ୟାୟ ପ୍ରଦାନ ଦାବିରେ ବାହାଦୁରପଡା ଛକ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଧର୍ମଗଡ ଏସଡିପିଓ ଏବଂ ଗୋଲାମୁଣ୍ଡା ତହସିଲ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନକାରିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow