୨ ଶହ ଛାତ୍ରଛାତ୍ରୀକୁ ନେଇ ୩ ଶିକ୍ଷକ ।ଜଣେ ଶିକ୍ଷକ ଦୁର୍ଘଟଣାରେ ପୀଡିତ ଜଣେ ମାଟ୍ରିକ ପରୀକ୍ଷାର ପର୍ଯ୍ୟବେକ୍ଷକ । ଜଣେ ଶିକ୍ଷକରେ ଚାଲିଛି ଶିକ୍ଷା ଦାନ ।
୨ ଶହ ଛାତ୍ରଛାତ୍ରୀକୁ ନେଇ ୩ ଶିକ୍ଷକ ।ଜଣେ ଶିକ୍ଷକ ଦୁର୍ଘଟଣାରେ ପୀଡିତ ଜଣେ ମାଟ୍ରିକ ପରୀକ୍ଷାର ପର୍ଯ୍ୟବେକ୍ଷକ ।
ଜଣେ ଶିକ୍ଷକରେ ଚାଲିଛି ଶିକ୍ଷା ଦାନ ।
ଗୋଲାମୁଣ୍ଡା ,୨୬/୦୨(ଶୁଭମ ବାର୍ତ୍ତା_ଉପେନ୍ଦ୍ର ବଗର୍ଭି)କଳାହାଣ୍ଡି ଜିଲ୍ଲା ବଡ଼ଚେରଗାଁ ପଞ୍ଚାୟତ ଅଧୀନରେ ଥିବା କର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକରେ ଶିକ୍ଷାଦାନ ହେଉଥିବା ଅଭିଯୋଗ ହେଉଛି । ସୂଚନାରୁ ପ୍ରକାଶ ଏହି ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଥିବା ବେଳେ ଦୁଇ ଶହ ଛାତ୍ରଛାତ୍ରୀ ପଢୁଛନ୍ତି। ଏଥିରେ ୩ ଜଣ ଶିକ୍ଷକ ଥିବାବେଳେ ଜଣେ ଶିକ୍ଷକ ଦୁର୍ଘଟଣାରେ ପଡି ଘରେ ଅଛନ୍ତି। ଜଣେ ଶିକ୍ଷକଙ୍କୁ ବଡ଼ଚେରଗାଁ ହାଇ ସ୍କୁଲର ମାଟ୍ରିକ ପରୀକ୍ଷାରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଅନ୍ୟ ଜଣେ ଶିକ୍ଷକ ହୃଦାନନ୍ଦ ମାଝୀ ଦୁଇଶହ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାୟତଃ ମାସେ ହେବ ଦୁଇ ଶିକ୍ଷକ ପାଠ ପଢାଉ ଥିଲେ। ମାଟ୍ରିକ ପରୀକ୍ଷା ହେଵା ଦିନଠୁଁ ଜଣେ ଶିକ୍ଷକରେ ଶିକ୍ଷା ଦାନ ଚାଲିଛି । ଯାହାକୁ ନେଇ ଛାତ୍ରଛାତ୍ରୀ,ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଏ ବିଷୟରେ ସ୍କୁଲ ସଭାପତି ସଦାଶିବ ବେମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାଜିନ୍ଦ୍ର କୁମାର ନାଏକଙ୍କୁ ଜଣାଇବା ସତ୍ବେ ବି କୌଣସି ପଦକ୍ଷେପ ନେଇ ନ ଥିବା ପ୍ରକାଶ କରିଛନ୍ତି। ଆଜି ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଛିଡା ହୋଇ ଶିକ୍ଷକ ପାଇଁ ଦାବୀ କରିଛନ୍ତି । ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାଏକଙ୍କୁ ଫୋନ ଯୋଗେ ପଚାରିବାରୁ ବ୍ଲକରେ ପ୍ରାୟ ଶିକ୍ଷକଙ୍କ ଅବସରର ହୋଇଯାଇଥିବା କେତେ ଶିକ୍ଷକଙ୍କ ମୁତ୍ୟୁ ହୋଇଯାଇଛି। ଯାହା ଫଳରେ ଶିକ୍ଷକଙ୍କ ଅଭାବ ହେତୁ କର୍ଲା ସ୍କୁଲର ଶିକ୍ଷକଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଥିଲା। ଆସନ୍ତା କାଲି ସେହି ଶିକ୍ଷକଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ସ୍କୁଲ କାର୍ଯ୍ୟ ତୁଲାଇବ ବୋଲି ସୂଚନା ଦେଇଛନ୍ତି ।
What's Your Reaction?