ନର୍ଲା ଏନଏସସି ନିର୍ବାଚନକୁ ଦୃଷ୍ଟିରେ ରଖି ଡିଫାଇନ କଳାହାଣ୍ଡି ପ୍ରତିଷ୍ଠାତାଙ୍କ ବୈଠକ।
ନର୍ଲା ଏନଏସସି ନିର୍ବାଚନକୁ ଦୃଷ୍ଟିରେ ରଖି ଡିଫାଇନ କଳାହାଣ୍ଡି ପ୍ରତିଷ୍ଠାତାଙ୍କ ବୈଠକ।
ନର୍ଲା ଶୁଭମ ବାର୍ତ୍ତା:- (ଅଜିତ ମାଝୀ) ନର୍ଲା ବ୍ଳକ ସର୍ଗିଗୁଡା ପଂଚାୟତ ଅନ୍ତର୍ଗତ ନର୍ଲାରୋଡ ବିକ୍ରମ ଲଜ ଠାରେ ଡିଫାଇନ କଳାହାଣ୍ଡିର ପ୍ରତିଷ୍ଠାତା ତଥା ବରିଷ୍ଠ ସମାଜସେବୀ ଶ୍ରୀ ମଧୁସୂଦନ ମହାନ୍ତିଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲାର ସାମଗ୍ରିକ ବିକାଶୋନ୍ମୁଖୀ ଉନ୍ନତି ଉପରେ ଶ୍ରୀ ମହାନ୍ତି ଆଲୋକପାତ କରିଥିଲେ। ଆଗାମୀ ନର୍ଲା ଏନଏସସି ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ବେଳେ ଡିଫାଇନ କଳାହାଣ୍ଡି ପକ୍ଷରୁ ପ୍ରାର୍ଥୀ ପ୍ରଦାନ କରାଯିବ ବୋଲି ସୂଚିତ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଧଙ୍ଗଡା ମାଝୀ, ପରମେଶ୍ବର ନାଏକ, ବିଦ୍ୟାଧର ମୁଣ୍ଡ, କୃଷ୍ଣ କୁମାର,କିଷାନ କୁମାର ଶର୍ମା, ଚୈ।ଳ ଶଙ୍କର କହଁର,କାଳିଆ ଶର୍ମା ସହ ପାଞ୍ଚ ଶହରୁ ଅଧିକ ନର୍ଲା ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।
What's Your Reaction?