ସଜନା ଛୁଇଁ ଯୋଗାଉଛି ରୋଜଗାର, କମ ଖର୍ଚ୍ଚରେ ସଜନା ଛୁଇଁ ଚାଷ କରି ଅଧିକ ଲାଭବାନ ହେଉଛନ୍ତି ଚାଷୀ,

Feb 26, 2026 - 19:56
Feb 26, 2026 - 19:56
 0  31
ସଜନା ଛୁଇଁ ଯୋଗାଉଛି ରୋଜଗାର,  କମ ଖର୍ଚ୍ଚରେ ସଜନା ଛୁଇଁ ଚାଷ କରି ଅଧିକ ଲାଭବାନ ହେଉଛନ୍ତି ଚାଷୀ,

ସଜନା ଛୁଇଁ ଯୋଗାଉଛି ରୋଜଗାର,କମ ଖର୍ଚ୍ଚରେ ସଜନା ଛୁଇଁ ଚାଷ କରି ଅଧିକ ଲାଭବାନ ହେଉଛନ୍ତି ଚାଷୀ,

 

ଗୋଲାମୁଣ୍ଡା ୨୬/୦୨(ଶୁଭମ ବାର୍ତ୍ତା, ଉପେନ୍ଦ୍ର ବଗର୍ତ୍ତି)ଏବେ ସଜନା ଛୁଇଁ ଅମଳର ସମୟ ଚାଲିଛି |ବ୍ୟବସାୟୀମାନେ ଘର ଘର ବୁଲି କସି ସଜନା ସଂଗ୍ରହ କରି ନେଉଥିବା ଦରଖିବାକୁ ମିଳିଛି | କିଲୋ ପ୍ରତି ୪୦ ରୁ ୫୦ ଟଙ୍କା ଦେଉଛନ୍ତି |ସଜନା ଚାଷ ଏକ ଲାଭଦାୟକ ବ୍ୟବସାୟ ।ସଜନା ଦୁଇ ପ୍ରକାରର ହୋଇଥାଏ |ଦେଶୀ ପ୍ରଜାତିର ଛୁଇଁକୁ ମୁନିଙ୍ଗା ବୋଲି ସ୍ଥାନୀୟ ଲୋକେ କହିଥାନ୍ତି ଓ ହାଇବ୍ରିଡ଼ ଛୁଇଁକୁ ସଜନା କୁହାଯାଏ |ଅବଶ୍ୟ ଆଉ ୨୦ ଦିନ ପରେ ପରିପକ୍ୱ ସଜନା ବଜାରରେ ବିକ୍ରି ହେବ |ଏବେ ଅପରିପକ୍ଵ କସି ସଜନା ଛୁଇଁ ବ୍ୟବସାୟୀ କିଣିଛନ୍ତି |ଗୋଟିଏ ସଜନା ଗଛରେ ହାରାହାରି ୩୦ ରୁ ୫୦ କେଜି ଛୁଇଁ ଅମଳ ଦେଉଥିବା ଚାଷୀ କହୁଛନ୍ତି | ବ୍ୟବସାୟୀ କହିଛନ୍ତି ଯେ ଏହି କସି ସଜନା କୁ ବାହାର ରାଜ୍ୟକୁ ପଠାଯାଉଛି ।କସି ସଜନା ର ଚାହିଦା ବେଶୀ କାରଣ କସିସଜନା ଛୁଇଁ ରୁ ବିଭିନ୍ନ ଜଟିଳ ରୋଗର ଔଷଧ ତିଆରି ହୋଇଥିବାରୁ ବ୍ୟବସାୟୀ ମାନେ ଗାଆଁ ଗାଆଁ ବୁଲି କିଣୁଛନ୍ତି ।ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆପାଲି, ଚାପୁରିଆ, କେଗାଁ, ନୂଅଗାଁ, ସନଚେରଗାଁ,ଡୁଡୁକେଲ , ଗ୍ରୀଣ୍ଡୋଲ,ମକରାଗୁଡା ଗ୍ରାମ ମାନଙ୍କ ରେ ଅଧିକାଂଶ ଚାଷୀ ହାଇବ୍ରିଡ଼ ସଜନା ଚାଷ କରୁଥିବା ବେଳେ ଅଳ୍ପ ବହୁତରେ ଗୋଲାମୁଣ୍ଡା ବ୍ଲକର ସମସ୍ତ ଗାଁରେ ସଜନା ଚାଷ ଘରେ ଘରେ ବଗିଚାରେ କରୁଥିବା ଦେଖିବାକୁ ମିଳିଛି |ବ୍ୟବସାୟୀ ମାନେ ଘର ଘର ବୁଲି ସଜନା ସଂଗ୍ରହ କରି ନେଉଥିବା ଦେଖିବାକୁ ମିଳୁଛି |

What's Your Reaction?

like

dislike

love

funny

angry

sad

wow