ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ,
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସମ୍ବିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଙ୍କ ଅଧକ୍ଷତା ରେ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବି ମାଣିକେଶ୍ବରୀ ଙ୍କ ଫୋଟୋ ଚିତ୍ର ରେ ପୂଜାର୍ଚନା କରି ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ ହୋଇଯାଇଛି.ଗତ ୧୯୪୮ ମସିହା ନଭେମ୍ବର ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଜିଲ୍ଲା ଭାବରେ ମାନ୍ୟତା ପାଇଥିଲା,ତେଣୁ ସେହି ଦିନଠାରୁ ନଭେମ୍ବର ୧ ତାରିଖ କୁ କଳାହାଣ୍ଡି ଗଠନ ଦିବସ ଭାବରେ ପାଳନ ହୋଇ ଆସୁଅଛି ଏହି ଦିବସ ର ବିଶେଷତ୍ତ୍ୱ କଳାହାଣ୍ଡି ଜିଲ୍ଲାର ଐତିହ୍ୟ ପାରମ୍ପରିକ ଚଳଣୀ କଳା ସଂସ୍କୃତି କୁ ବଞ୍ଚାଇବା ସହ ଦେଶ ବିଦେଶ ରେ ପ୍ରସିଦ୍ଧ ଲାଭ କରିଥିବା କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ, ଜିଲ୍ଲାର ବୀର ବାଦ୍ୟ ଘୁମୁରା ଢାପ ଗୀତ ଆଦି ଅନ୍ତର୍ଭୁକ୍ତ ଅଟେ,ଦିନେ ଭୋକର ଭୂଗୋଳ ସାଜିଥିବା କଳାହାଣ୍ଡି ଆଜି ବିକାଶ ର ପାଦ ଦେଶରେ ଠିଆ ହୋଇଛି ବିଶେଷ କରି ଇନ୍ଦ୍ରାବତୀ ଜଳପ୍ରପାତ କୃଷି କ୍ଷେତ୍ରରେ ରାଜ୍ୟରେ ସୁନାମ ଅର୍ଜନ କରିଥିବା ବେଳେ ଜିଲ୍ଲାରେ ମେଡିକାଲ କଲେଜ ନର୍ସିଙ୍ଗ କଲେଜ, ଇଞ୍ଜିନିଅରିଂ କଲେଜ ଭଲି ଅନେକ,ଶିକ୍ଷା ଅନୁଷ୍ଠାନ ଗଡି ଉଠିଛି ଓ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଘଟିଛି ଦେଶ ବିଦେଶ ରେ ଅନେକ କଳାକାର ଆମ ଜିଲ୍ଲାରୁ ଯାଇ ସୁନାମ ଅର୍ଜନ କରିଛନ୍ତି କଳାହାଣ୍ଡି ମାନଚିତ୍ରରେ ଅନେକ ପରିବର୍ତ୍ତନ ଘଟିଛି ଏଥି ମଧ୍ୟରେ ବିତିଯାଇଛି ୭୭ ବର୍ଷ ବଦଳିଛି କଳାହାଣ୍ଡି ର ଭୌଗଳିକ ମାନଚିତ୍ର ବଦଳି ଯାଇଛି କଳାହାଣ୍ଡି ର ପୂର୍ବ ପରିଚୟ ଶିକ୍ଷା ସ୍ୱାସ୍ଥ୍ୟ, ଗମନା ଗମନ, ବିଜୁଳି, ପାନୀୟ ଜଳ ଭଲି ଅନେକ କ୍ଷେତ୍ରରେ ସୁବିଧା ସୁଯୋଗ ର ହାତ ପାହାନ୍ତା ରେ ଜିଲ୍ଲା ବାସି ଜୀବନ ଯାପନ କରୁଛନ୍ତି,ଆଜିର କଳାହାଣ୍ଡି ଦିବସ ଗଠନ ଅବସରରେ ମଞ୍ଚାସୀନ ଥିବା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ବିକଶିତ କଳାହାଣ୍ଡି ଜିଲ୍ଲାର ଗର୍ବ ଓ ଗୌରବ ବିଷୟରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପ ଢୌକନ ଦେଇ ସମ୍ମାନିତ କରାଯାଇ ଥିବା ବେଳେ ମଞ୍ଚ ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପୂର୍ବତନ ବିଧାୟକ କୁମର ମଣି ଶବର, ସମାଜସେବୀ ଶାନ୍ତି ମାଝୀ, ଏବିଓ ଗୋବର୍ଧନ ମାଝୀ କଳା ସଂସ୍କୃତି ଅଧିକାରୀ ପ୍ରଦୀପ ବେହେରା ପ୍ରକାଶ ଭୋଇ ପୂର୍ବତନ ବ୍ଲକ ଅଧକ୍ଷ ନୀଳମଣି ସାହୁ, ପୂର୍ବତନ ନର୍ଲା ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ, ନର୍ଲା ସରପଞ୍ଚ ତନୁଜା ହରପାଳ, ସମିତି ସଭ୍ୟ ସୁଦାମ ଝାଙ୍କର, ବ୍ଲକ କଂଗ୍ରେସ ସଭାପତି ଚୁଳମଣୀ ଗୌଡ଼ିଆ ମଣ୍ଡଳ ସଭାପତି ଶିବରାମ ରଣା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ନର୍ଲା ବ୍ଲକ ର ସମସ୍ତ ସରକାରୀ କର୍ମଚାରୀ ସିଆରପିସି, ଏମବିକେ ମାନେ ଉପସ୍ଥିତ ଥିଲେ
What's Your Reaction?