ବାଲସି ନେହେରୁ ୟୁଥ କ୍ଳବ ରେ ଧୂମଧାମରେ ପାଳିତ ହେଲା ୮୦ ତମ ସ୍ୱାଧୀନତା ଦିବସ; ପତାକା ଉତ୍ତୋଳନ କଲେ କ୍ଲବ ସଭାପତି ଭବାନୀ ସାହୁ
ବାଲସି ନେହେରୁ ୟୁଥ କ୍ଳବ ରେ ଧୂମଧାମରେ ପାଳିତ ହେଲା ୮୦ ତମ ସ୍ୱାଧୀନତା ଦିବସ; ପତାକା ଉତ୍ତୋଳନ କଲେ କ୍ଲବ ସଭାପତି ଭବାନୀ ସାହୁ
ଶୁଭମ ବାର୍ତ୍ତା :- ଦେଶସାରା ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଲସି ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ‘ବାଲସି ନେହେରୁ ୟୁଥ କ୍ଳବ’ ପକ୍ଷରୁ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସର ସହ ଆୟୋଜିତ ହୋଇଯାଇଛି।ବାଲସି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ‘ବାଲସି ନେହେରୁ ୟୁଥ କ୍ଳବ’ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସ ଓ ଦେଶପ୍ରେମର ସହ ପାଳିତ ହୋଇଯାଇଛି।
ଏହି ଜାତୀୟ ପର୍ବରେ କ୍ଲବର ସଭାପତି ଭବାନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ପରେ ସମବେତ ଜନତା ଏବଂ କୋମଳମତି ସ୍କୁଲ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତ ମାତାଙ୍କ ଜୟଗାନ କରିଥିଲେ।
ଏହି ସମାରୋହରେ କ୍ଲବର ଅନ୍ୟତମ ପ୍ରମୁଖ ସଦସ୍ୟ ଟୁକୁରାମ ସାହୁ, ତେଜରାଜ ସାହୁ, ଦୁର୍ଯ୍ୟୋଧନ ସାହୁ, ବାସୁଦେବ ସାହୁଙ୍କ ସମେତ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।
ପତାକା ଉତ୍ତୋଳନ ଶେଷ ହେବା ପରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଦେଶପ୍ରେମର ଶପଥ ନେବା ସହ ଯୁବସମାଜ ଦେଶର ପ୍ରଗତିରେ ନିଜକୁ ନିୟୋଜିତ କରିବା ପାଇଁ ଏହି ଅବସରରେ କ୍ଲବ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।
What's Your Reaction?