ନର୍ଲା ସହରର ବିଭିନ୍ନ କାର୍ଯ୍ୟାଳୟ ସହିତ ପ୍ରେସ ଏସୋସେଶନ ଓଜେୟୁ ଶାଖା ପକ୍ଷରୁ ସ୍ଵାଧୀନତା ଦିବସ ପାଳନ।

Aug 15, 2026 - 11:18
Aug 15, 2026 - 14:22
 0  73
ନର୍ଲା ସହରର ବିଭିନ୍ନ କାର୍ଯ୍ୟାଳୟ ସହିତ ପ୍ରେସ ଏସୋସେଶନ ଓଜେୟୁ ଶାଖା ପକ୍ଷରୁ ସ୍ଵାଧୀନତା ଦିବସ ପାଳନ।

 ନର୍ଲା ସହରର ବିଭିନ୍ନ କାର୍ଯ୍ୟାଳୟ ସହିତ ପ୍ରେସ ଏସୋସେଶନ ଓଜେୟୁ ଶାଖା ପକ୍ଷରୁ ସ୍ଵାଧୀନତା ଦିବସ ପାଳନ।

ନର୍ଲା ଶୁଭମ ବାର୍ତ୍ତା :- ସାରା ଭାରତବର୍ଷରେ ଚଳିତ ମାସ ଶନିବାର ଅଗଷ୍ଟ ୧୫ ତାରିଖ ଦିନ ୮୦ ତମ ସ୍ବାଧୀନତା ଦିବସ ଧୁମ୍ ଧାମ ପାଳନ ପାଳନ କରିଥିବା ବେଳେ ନର୍ଲା ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଅଗଷ୍ଟ ୧୫ ପାଳନ କରିଛନ୍ତି । ନର୍ଲା ପ୍ରେସ ଏସୋସେଶନ ଓଜେୟୁ ଶାଖା ସଭାପତି ଚିନ୍ତା ମଣି ନାଏକ ଉପସଭାପତି ଡୋଳା ମଣି ସାହୁ ଙ୍କ ନେତୃତ୍ୱରେ ବେହେରାପାଟି ଗ୍ରାମ ସ୍ଥିତ ପ୍ରେସ କାର୍ଯ୍ୟାଳୟ ଠାରେ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା । ଉକ୍ତ ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଯୁକ୍ତ ତିନି ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ ସମ୍ମାନୀୟ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ମନୋଜ ଷଡ଼ଙ୍ଗୀ ଉପସ୍ଥିତ ରହିଥିଲେ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଭାରତମାତା ଙ୍କ ଜୟ ଗାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘ ର ସମ୍ପାଦକ ସନ୍ତୋଷ ପାତ୍ର, କୋଷାଧ୍ୟକ୍ଷ ସଞ୍ଜୀବ ଦାସ , ନରୋତ୍ତମ ପାୟ ସିଂ, ବାବୁଲା ବାଗ, ଅଜିତ ମାଝୀ, ତପନ ସାହୁ, ଗୁପ୍ତେଶ୍ୱର ହାତୀ, ଚିତ୍ତରଞ୍ଜନ ରଣା, ଗଣେଶ ଭୋଇ,ବିକ୍ରମ ସାହୁ,ବାରୁ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

What's Your Reaction?

like

dislike

love

funny

angry

sad

wow