ଜୁର୍କା ଭଟା ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ନାହିଁ ନଥିବା ଅସୁବିଧାରେ ଗ୍ରାମ ବାସୀ,
ଜୁର୍କା ଭଟା ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ନାହିଁ ନଥିବା ଅସୁବିଧାରେ ଗ୍ରାମ ବାସୀ,
ଶୁଭମ ବାର୍ତ୍ତା :- ନର୍ଲା ଗ୍ରାମ ପଂଚାୟତ ର ଜୁର୍କା ଭଟା ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି, ଗାଁ ଦାଣ୍ଡରେ ଆଣ୍ଠୁଏ ପାଣିରେ ଯନ୍ତ୍ରଣା ଭୋଗୁଛନ୍ତି, ପ୍ରଶାସନ କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଲୋକ ଜଣାଇଛନ୍ତି,୧୭ନମ୍ବର ୱର୍ଡ ରେ ୮୫ପରିବାର ର ଘର ଏଠି ବସବାସ କରୁଥିବା ଜଣା ପଡିଛି, ସମସ୍ତେ ଲୋକେ ପ୍ରାୟ ଚାଷୀ ମୁଲିଆ ଅଟନ୍ତି, ଏହି ଗାଁ ଦାଣ୍ଡ ଗ୍ରାମ ପଂଚାୟତ ପାଣ୍ଠି ରୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା, ହେଲେ ଗତ ଦୁଇ ବର୍ଷ ହେଲା ଗାଁ ଦାଣ୍ଡରେ ପାଣି ଜମା ହୋଇ କାଦୁଅ ପଚ ପଚ ହୋଇ ସାହି ବାସୀଙ୍କୁ ଦ୍ୱାର ମୁହଁରେ ଆଣ୍ଠୁଏ ପାଣି ଜମିରହୁଥିବାରୁ ଲୋକେ ଘରୁ ପଦାକୁ ବାହାରିବା କଷ୍ଟ ହୋଇ ପଡୁଛି, ବିଜେପି ସରକାର ଏନ ଏ ଏସି ଘୋଷଣା ପରଠାରୁ ନର୍ଲା ଓ ସର୍ଗିଗୁଡା ଗ୍ରାମ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ କ୍ଷମତା ଚୁତ ହୋଇଛି, ନର୍ଲା ଏନ ଏ ଏସି ଅନ୍ତର ଭୁକ୍ତ ହୋଇଥିଲେ ମଧ୍ୟ ନା ଏନ ଏ ଏସି ଅଫିସ ହୋଇପାରିଛି ନା କୌଣସି ବିକାଶ ମୂଳକ କାମ ଆରମ୍ଭ ହୋଇ ପାରିଛି, ଯାହାଦ୍ୱାରା ୨ବର୍ଷ ରୁ ଉର୍ଦ୍ଧ କୌଣସି କାମ ପଂଚାୟତ ତରଫରୁ କାମ ହୋଇପାରୁନି, ଫଳରେ ଗାଁ ଲୋକେ ନାହିଁ ନଥିବା ଅସୁବିଧାରେ ଭୋଗୁଛନ୍ତି, ଏବେ ଲୋକେ ଏହାର ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କୁ ଦ୍ୱାରସ୍ତ ହେବାପାଇଁ ପଡା ବାସୀ ଅଭିଯୋଗ କରିଛନ୍ତି,
What's Your Reaction?