ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କଳାହାଣ୍ଡି ପକ୍ଷରୁ ଗୁରୁତ୍ୱପୂର୍ଣ ବୈଠକ l

Aug 4, 2025 - 19:48
Aug 4, 2025 - 19:49
 0  319
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କଳାହାଣ୍ଡି ପକ୍ଷରୁ ଗୁରୁତ୍ୱପୂର୍ଣ ବୈଠକ l

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କଳାହାଣ୍ଡି ପକ୍ଷରୁ ଗୁରୁତ୍ୱପୂର୍ଣ ବୈଠକ l

ଶୁଭମ ବାର୍ତ୍ତା :- ରବିବାର ଦିନ ଭବାନୀପାଟଣା ସ୍ଥିତ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସଂଘର ସଭାପତି ସୁବାଷ ଚନ୍ଦ୍ର ବରାଡ଼ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲାର ବହୁ ବିଦ୍ୱାନ ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ବହୁ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ସର୍ବ ପ୍ରଥମେ ବରିଷ୍ଠ ସଂସ୍କୃତ ବିଦ୍ୱାନ ଦେବୀପ୍ରସାଦ ଅଚାରୀ ମଙ୍ଗଳା ଚରଣ ପଠନ କରିଥିଲେ l ମାଧ୍ୟମିକ ସ୍ଥରରେ ସଂସ୍କୃତ ଭାଷା ଶିକ୍ଷାକୁ ବାଧ୍ୟତା ମୂଳକ କରିବା ସଙ୍ଗେ ସଙ୍ଗେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ଦାମୂଳକ ଶିକ୍ଷା ଦେବାପାଇଁ ସରକାରଙ୍କୁ ଅନୁରୋଧ ପ୍ରସ୍ତାବ ରଖିଥିଲେ l ସଂଘର ବରିଷ୍ଠ ସଂସ୍କୃତ ଶିକ୍ଷକ ଡ଼ା. ବୈଜୁ ନନ୍ଦ ସମ୍ଭିଧାନର ଧାର ୩ ଅନୁସାରେ ସମସ୍ତ ଛାତ୍ରଛାତ୍ରୀ ତ୍ରୀଭାଷା ସୂତ୍ରୀ ମାଧ୍ୟମରେ ଶିକ୍ଷା ଲାଭ କରିବା ପାଇଁ ଦାବୀ ଉପସ୍ଥାପନା କରିଥିଲେ l ସଂସ୍କୃତ ଶିକ୍ଷକ ସନାତନ ସାହୁ ସରକାର ଯଦି ଏଥି ପ୍ରତି ଦୃଷ୍ଟି ନଦିଅନ୍ତି ଆଗାମୀ ଭବିଷ୍ୟତରେ ସଂସ୍କୃତ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ମିଳିତ ଭାବେ ରାଜରାସ୍ତାରେ ଦୃଢ଼ ପ୍ରତିବାଦ କରିବେ ବୋଲି କହିଥିଲେ l ଏହାକୁ ସମସ୍ତ ଶିକ୍ଷକ ଦୃଢ଼ ସମର୍ଥନ କରିଥିଲେ l ପରବର୍ତ୍ତୀ ମୁହୂର୍ତରେ ଜିଲ୍ଳାରେ ସଂସ୍କୃତ ଦିବସ ପାଳନ କରିବାପାଇଁ ଚୁମ୍ବକୀୟ ଆଲୋଚନା ରଖି ସଂସ୍କୃତ ପଣ୍ଡିତ ସାରଦା ପ୍ରସନ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ସଂସ୍କୃତ ଶିକ୍ଷକ ବିଜୟା ଲଷ୍ମୀ ତ୍ରିପାଠୀ ଶାନ୍ତି ପାଠ କରିଥିଲେ l ରାଜ୍ୟ କାର୍ଯକାରିଣୀ ସଦସ୍ୟ ନରସିଂହ ସାହୁ ଶୁଭେଚ୍ଛା ଜଣାଇ ସଭାସାଙ୍ଗ କରାଇଥିଲେ l

     ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow